Advertisment

ଶାହଜାହାଁଙ୍କୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଶେଖ ଶାହଜାହାଁଙ୍କୁ ଆଜି ଦିନ ୪.୩୦ ସୁଦ୍ଧା ସିବିଆଇ ହେପାଜତରେ ଛାଡ଼ିବାକୁ ହାଇକୋର୍ଟ ବେଙ୍ଗଲ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

CBI

CBI

Advertisment

ପଶ୍ଚିମବଙ୍ଗର ସିନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଦାୟିତ୍ୱ ଆଜି ସିବିଆଇକୁ ହସ୍ତାନ୍ତର କରିଛନ୍ତି କଲିକତା ହାଇକୋର୍ଟ।

Advertisment

ଏଥିସହ ଏହି ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଟିଏମସି ଷ୍ଟ୍ରଙ୍ଗମ୍ୟାନ ଶେଖ ଶାହଜାହାଁଙ୍କୁ ଆଜି ଦିନ ୪.୩୦ ସୁଦ୍ଧା ସିବିଆଇ ହେପାଜତରେ ଛାଡ଼ିବାକୁ ହାଇକୋର୍ଟ ବେଙ୍ଗଲ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଡି ଅଧିକାରୀଙ୍କ ଉପରେ ଶାହଜାହାଁ ଓ ତାଙ୍କ ସହଯୋଗୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ଏସଆଇଟି ଗଠନ କରିବା ସହ ଶାହଜାହାଁଙ୍କୁ ଗିରଫ କରିଥିଲେ।

Advertisment

ଶାହଜାହାଁ ଗିରଫ ହେବା ପରେ ପଶ୍ଚିମବଙ୍ଗ ସରକାର ଘଟଣାର ତଦନ୍ତ ଦାୟିତ୍ୱ ସିଆଇଡିକୁ ଦେଇଥିଲେ। ବର୍ତ୍ତମାନ ଶାହଜାହାଁ ପୁଲିସ୍‌ ରିମାଣ୍ଡରେ ରହିଛନ୍ତି। ରିମାଣ୍ଡ ଶେଷ ହୋଇ ନଥିବା ବେଳେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଗ୍ନାମ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଶାହଜାହାଁଙ୍କ ଘଟଣାର ତଦନ୍ତ କରିବାକୁ ଉଭୟ ଇଡି ଓ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇଡି ଘଟଣାର ତଦନ୍ତ କେବଳ ସିବିଆଇ କରୁ ବୋଲି ଦାବି କରିଥିଲା।

ସେହିପରି ରାଜ୍ୟ ସରକାର ପୁଲିସ୍‌ ତଦନ୍ତ ଦାବି କରିଥିଲେ। ତେବେ କୋର୍ଟ ଇଡିର ଆବେଦନ ଅନୁସାରେ ଶାହଜାହାଁଙ୍କ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି।

ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଥିଲା। କିନ୍ତୁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ସେମାନଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶାହଜାହାଁ। ତାଙ୍କୁ ୫୫ ଦିନ ହେଲା ଖୋଜା ପଡ଼ିଥିବା ବେଳେ ଶେଷରେ ପୁଲିସ୍‌ ତାଙ୍କୁ ଗତ ବୁଧବାର ମଧ୍ୟରାତ୍ରରେ ଗିରଫ କରିଥିଲା।

West Bengal CBI Sandeshkhali Case Sheikh Shahjahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe