Advertisment

ଇମୋସନାଲ କାର୍ଡ ଖେଳିଲେ ବ୍ରିଜ ଭୂଷଣ: କହିଲେ ମୋତେ ଝୁଲାଇ ଦିଅ, କିନ୍ତୁ ରେସଲିଂ ବନ୍ଦ କରନି

ବ୍ରିଜ ଭୂଷଣ ନିଶ୍ଚିତ କରଛନ୍ତି ଯେ ସେ କୁସ୍ତି ମହାସଂଘର ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ମହାସଂଘରେ ନୂଆ ଦାୟିତ୍ୱରେ ରହିବେ ବୋଲି ସଙ୍କେତ ଦେଇଛନ୍ତି।

author-image
Hemant Lenka
Brij Bhushan Singh

Brij Bhushan Singh

ଦେଶର ଷ୍ଟାର ରେସଲରମାନେ ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆନ୍ଦୋଳନ ଚଳାଇଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ୍‌ ମଧ୍ୟ ଶ୍ରୀ ସିଂହଙ୍କ ବିରୋଧରେ ୨ଟି ମାମଲା କରିଛି। ହେଲେ ରେସଲମାନେ ଶ୍ରୀ ସିଂହଙ୍କ ଗିରଫଦାରୀ ଦାବି କରିଛନ୍ତି। ଏଥିସହ ତାଙ୍କୁ କୁସ୍ତି ମହାସଂଘରୁ ବିଦା କରିବାକୁ ଜିଦରେ ଅଟଳ ରହିଛନ୍ତି।

Advertisment

ଏସବୁ ଭିତରେ ଆଜି ଇମୋସନାଲ କାର୍ଡ ଖେଳି ଶ୍ରୀ ସିଂହ କୁସ୍ତିକୁ କେତେ ଭଲ ପାଆନ୍ତି, ସେକଥା ଜଣାଇବାକୁ ଚେଷ୍ଟା କରିଛନ୍ତି। ଦେଶର କୁସ୍ତିଯୋଦ୍ଧାମାନେ ୪ ମାସ ହେଲା ତାଙ୍କ ବିରୋଧରେ ଅଭିଯୋଗ କରି ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୌଣସି ପ୍ରକାରର କୁସ୍ତି କାର୍ଯ୍ୟକ୍ରମ ହୋଇ ପାରୁନି। ତେଣୁ ସେ ଏବେ ବେଶ ଇମୋସନାଲ ହୋଇ କହିଛନ୍ତି ଯେ ମୋତେ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। କିନ୍ତୁ ରେସଲିଂ କାର୍ଯ୍ୟକ୍ରମ ଆଦୌ ବନ୍ଦ କରନି।

ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ପଦକ ବିଜେତା ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳନ କରୁଛନ୍ତି। ସେମାନେ ପ୍ରଥମେ ଜାନୁଆରୀ ମାସରେ ଆନ୍ଦୋଳନ କରିଥିଲେ। ସେତେବେଳେ ସେମାନଙ୍କୁ ଶ୍ରୀ ସିଂହଙ୍କ ବିରୋଧରେ ତଦନ୍ତ ହେବ ବୋଲି କୁହାଯାଇଥିଲା। ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Advertisment

ହେଲେ ପ୍ରତିଶ୍ରୁତିକୁ ୩ ମାସ ବିତିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ଚାମ୍ପିୟନଶିପ ଓ କ୍ୟାମ୍ପ ସମେତ ସମସ୍ତ ରେସଲିଂ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅନେକ ରେସଲର ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ଏସବୁ ଭିତରେ ଆଜି ଶ୍ରୀ ସିଂହ କହିଛନ୍ତି ଯେ “ପିଲାମାନଙ୍କ ଭବିଷ୍ୟତ ସହ ଖେଳନ୍ତୁ ନାହିଁ। ଜାତୀୟ ଚାମ୍ପିୟନଶିପ ପାଇଁ ଅନୁମତି ଦିଆଯାଉ। ଯେକୌଣସି ସରକାର କିମ୍ବା କୁସ୍ତି ମହାସଂଘ, ଯିଏ ବି ଏହାକୁ ଆୟୋଜନ କରୁନ୍ତୁ ପଛେ, ଦୟା କରି ରେସଲିଂ କାର୍ଯ୍ୟକ୍ରମକୁ ବନ୍ଦ କରନ୍ତୁ ନାହିଁ।

୪ ମାସ ହେଲାଣି ସବୁ ପ୍ରକାରର କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଛି। ମୋତେ ଝୁଲାଇ ଦିଅ, କିନ୍ତୁ କୁସ୍ତି କାର୍ଯ୍ୟକ୍ରମକୁ ଅନୁମତି ଦିଅ। ମୁଁ ସେମାନଙ୍କୁ(ଆନ୍ଦୋଳନରତ ରେସଲର, ଭାରତୀୟ ଅଲିମ୍ପିକ ଆସୋସିଏନ, ସରକାର) କହିବାକୁ ଚାହୁଁଛି ଯେ ଆପଣମାନେ କ୍ୟାଡେଟ ନ୍ୟାଶନାଲ, ଜୁନିୟର ନ୍ୟାଶନାଲ ଓ ଅନ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତୁ। ଯଦି ନା, ତା’ହେଲେ ମହାସଂଘ ଏହାକୁ ଆୟୋଜନ କରିବ।

ଯେଉଁ ପିଲା ୧୪ ବର୍ଷ ୯ ମାସର ହୋଇଥିଲେ, ୩ ମାସ ମଧ୍ୟରେ ତାଙ୍କ ବୟସ ୧୫ରୁ ଅଧିକ ହୋଇଯିବ। ଯଦି ସେ ୧୫ ବର୍ଷ ବୟସରେ ପାଦ ଦେଉଛନ୍ତି, ତା’ହେଲେ ନ୍ୟାଶନାଲ ଖେଳିବାକୁ ସେ ସୁଯୋଗ ପାଇବେ ନାହିଁ। ସେମାନେ ଏହି କଥାକୁ ବେଶ ଗୁରୁତ୍ୱର ସହ ବୁଝନ୍ତୁ। ମୋତେ ଝୁଲାଇ ଦିଅ। କିନ୍ତୁ ପିଲାଙ୍କ ଭବିଷ୍ୟତ ସହ ଖେଳନାହିଁ। ଟୁର୍ଣ୍ଣାମେଣ୍ଟ ଓ କ୍ୟାମ୍ପ ଆୟୋଜନ କରିବାକୁ ଦିଅ।”

ବ୍ରିଜ ଭୂଷଣ ନିଶ୍ଚିତ କରଛନ୍ତି ଯେ ସେ କୁସ୍ତି ମହାସଂଘର ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ମହାସଂଘରେ ନୂଆ ଦାୟିତ୍ୱରେ ରହିବେ ବୋଲି ସଙ୍କେତ ଦେଇଛନ୍ତି।

ଅନ୍ୟନପକ୍ଷରେ ଆଜି ଆନ୍ଦୋଳନରତ ରେସଲରଙ୍କୁ ସମର୍ଥନ କରି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଦିଲ୍ଲୀର ଯନ୍ତରମନ୍ତରରେ ମଧ୍ୟ ପହଞ୍ଚିଥିଲେ।

Indian Wrestler Brij Bhushan Sharan Singh