Advertisment

ଇଡେନ୍‌ ଗାଡେର୍ଣ୍ଣରେ ଓଡ଼ିଆ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ମୃତ ଯୁବକ ଜଣକ ଓଡ଼ିଶାର ବୋଲି ଜଣାପଡିଛି। ସେ ଇଡେନ୍‌ ଗାଡେର୍ଣ୍ଣର ଗ୍ରାଉଣ୍ଡ ଷ୍ଟାଫ୍‌ କର୍ମଚାରୀଙ୍କ ପୁଅ।

author-image
Madhupriya Mistry
hanging dead-body-found-in eden-garden

hanging dead-body-found-in eden-garden

କୋଲାକାତାର ଇଡେନ୍‌ ଗାଡେର୍ଣ୍ଣ ଷ୍ଟାଡିୟମରୁ ମିଳିଲା ଝୁଲନ୍ତା ମୃତଦେହ। ଜଣେ ଯୁବକ ଷ୍ଟାଡିୟମ୍‌ରେ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଷ୍ଟାଡିୟମର 'କେ' ବ୍ଲକରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।

Advertisment

ପୁଲିସ ସୂଚନା ମୁତାବକ, ମୃତକ ଜଣକ ହେଉଛନ୍ତି ଜଣେ ଓଡ଼ିଆ ଯୁବକ। ତାଙ୍କ ନାଁ ଧନଞ୍ଜୟ ବାରିକ ଓ ବୟସ ୨୧ ବର୍ଷ। ତାଙ୍କ ଘର ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ସେ ଇଡେନ୍‌ ଗାଡେର୍ଣ୍ଣର ଗ୍ରାଉଣ୍ଡ ଷ୍ଟାଫ୍‌ କର୍ମଚାରୀ ଗଣେଶ ଚନ୍ଦ୍ର ବାରିକଙ୍କ ପୁଅ ବୋଲି ଜଣାପଡିଛି।

ଆଜି ସକାଳ ୮ଟାରେ ଷ୍ଟାଡିୟମ କର୍ମଚାରୀ ଧନଞ୍ଜୟଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାପରେ ସେମାନେ କୋଲକାତା ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ଏସ୍‌କେଏସ୍‌ ହସ୍ପିଟାଲକୁ ପଠାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। କେଉଁଥିପାଇଁ ସେ ‘କେ’ ବ୍ଲକ୍‌କୁ ଯାଇଥିଲେ ଏବଂ ତାଙ୍କ ସାଥିରେ ଅନ୍ୟ କେହି ଯାଇଥିଲେ କି, ନାହିଁ ଜାଣିବା ଲାଗି ପୁଲିସ ‘ସିସିଟିଭି’ ଫୁଟେଜ୍‌ ମଧ୍ୟ ଯାଞ୍ଚ କରୁଛି।

Advertisment

ସୂଚନା ମୁତାବକ, ମୃତ ଧନଞ୍ଜୟ ବାପା ଓ ଦାଦାଙ୍କ ସହିତ କୋଲ୍‌କାତାରେ ରହୁଥିଲେ। ସେ ତାଙ୍କ ବାପା ଓ ଦାଦାଙ୍କ ପରି ମାଳି କାମ କରିବା ଲାଗି କିଛି ଦିନ ହେବ ଇଡେନ୍‌ ଗାଡେର୍ଣ୍ଣକୁ ଆସୁଥିଲେ। ତେବେ ସେ ଓଡ଼ିଶାରୁ ଏଠାକୁ କାମ ଖୋଜିବା ପାଇଁ ଆସିଥିଲେ। ସେ ଷ୍ଟାଡିୟମ ଭିତରେ ବାପା ଦାଦାଙ୍କ ଭଳି ଗ୍ରାଉଣ୍ଡ ଷ୍ଟାଫ୍‌ ଚାକିରି ଚାହୁଁଥିଲେ। କିନ୍ତୁ ତାଙ୍କୁ ଏହି କାମ ମିଳୁନଥିଲା। ତେଣୁ ସେ ହତାଶାରେ ଜୀବନ ହାରିଥିବା ସନ୍ଦେହ କରାଯାଉଛି।

Kolkata Hanging Dead Body Eden Garden