Advertisment

‘ରାମ ଲୀଲା’ ମଞ୍ଚସ୍ଥ ବେଳେ ଷ୍ଟେଜରେ ଟଳି ପଡ଼ିଲେ ହନୁମାନ

ଗତକାଲି ରାମ ଲୀଳା ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଷ୍ଟେଜରେ ଘଟିଲା ଅଘଟଣ। ଷ୍ଟେଜରେ ହିଁ ଟଳି ପଡ଼ିଲେ ହନୁମାନ ।

Hanuman

Hanuman

Advertisment

ଗତକାଲି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଭବ୍ୟ ରୂପେ ଆୟୋଜିତ ହୋଇଥିବା ବେଳେ ସମଗ୍ର ଦେଶ ହୋଇ ଉଠିଥିଲା ରାମମୟ। ଦେଶର କୋଣ କୋଣରେ ଶୁଣିବାକୁ ମିଳୁଥିଲା ରାମ ଧ୍ୱନୀ। ଏହି ପରିପ୍ରେକ୍ଷୀରେ ଗତକାଲି ରାମ ଲୀଳା ନାଟକ ମଞ୍ଚସ୍ଥ ହେଉଥିବା ବେଳେ ଷ୍ଟେଜରେ ଘଟିଲା ଅଘଟଣ। ଷ୍ଟେଜରେ ହିଁ ଟଳି ପଡ଼ିଲେ ହନୁମାନ । ଏପରି ଏକ ହୃଦୟ ବିଦାରକ ଘଟଣା ହରିୟାଣାର ଭିବାନୀରେ ଘଟିଛି। ମୃତକ କଳାକାରଙ୍କ ନାଁ ହରିଶ ମେହେତା ବୋଲି ଜଣାଯାଇଛି।

Advertisment

ଗତକାଲି ଭିବାନୀରେ ରାମଲୀଳା ମଞ୍ଚସ୍ଥ ହେଉଥିବା ବେଳେ ତାହାକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ମଞ୍ଚ ଉପରେ ଶ୍ରୀରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁଥିଲେ ହନୁମାନ । ମାତ୍ର ଆଉ ସେ ଉଠି ପାରି ନ ଥିଲେ।

କିଛି ସମୟ ପର୍ଯ୍ୟନ୍ତ ଉପସ୍ଥିତ ଲୋକ କିଛି ବୁଝି ନ ପାରି ରାମ ଓ ହନୁମାନଙ୍କ ଜୟଜୟକାର କରିବାକୁ ଲାଗିଲେ। ମାତ୍ର କିଛି ସମୟ ପରେ ଆଉ ହରିଶ ମେହେତା ଉଠି ନ ଥିଲେ। ଉପସ୍ଥିତ ଲୋକଙ୍କ ବହୁ ଚେଷ୍ଟା ସତ୍ତ୍ୱେ ସେ ଡାକ ନ ଶୁଣିବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment

ସୂଚନା ମୁତାବକ ହରିଶ ମେହେତା ବିଦ୍ୟୁତ୍‌ ବିଭାଗର ଅବସରପ୍ରାପ୍ତ ଯନ୍ତ୍ରୀ ଥିଲେ। ଗତ ୨୫ ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ ପରିବେଶିତ ହେଉଥିବା ହନୁମାନ ଚାଳିଶାରେ ହନୁମାନ ରୋଲ୍‌ କରୁଥିଲେ। ତାଙ୍କର ଏପରି ମୃତ୍ୟୁକୁ ସହ କଳାକାରମାନେ ଗ୍ରହଣ କରି ପାରୁ ନାହାନ୍ତି।

Haryana News Heart Attack On Stage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe