Advertisment

ଇସାରା ଦେଲେ ସୋନିଆ ଗାନ୍ଧି: ରାଜନୀତିରୁ ନେବେ ସନ୍ନ୍ୟାସ !

ରାୟପୁରରେ ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି ସେମିତି କିଛି ଇଶାରା ଦେଇଛନ୍ତି।

Sonia Gandhi

Sonia Gandhi

Advertisment

ରାଜନୀତିରୁ ସନ୍ନ୍ୟାସ ନେବେକି ସୋନିଆ ଗାନ୍ଧି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ଦୀର୍ଘ ବର୍ଷ ଧରି କଂଗ୍ରେସର ମଙ୍ଗ ଧରି ଆସିଥିବା ସୋନିଆ ଗାନ୍ଧିଙ୍କୁ ନେଇ ଏବେ ସେମିତି କିଛି ଚର୍ଚ୍ଚା ଚାଲିଛି। ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି ଦେଇଥିବା ବକ୍ତବ୍ୟରେ ସେମିତି କିଛି ଇଶାରା ଦେଇଛନ୍ତି। ରାୟପପୁରେ କଂଗ୍ରେସ ପକ୍ଷରୁ ଚାଲିଥିବା ୩ ଦିନିଆ ସମ୍ମିଳନୀରେ ଯୋଗ ଦେଇ ସୋନିଆ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ସହିତ ତାଙ୍କ ଇନିଂସ ଶେଷ ହୋଇଥିବାରୁ ସେ ଖୁବ ଖୁସି ଅଛନ୍ତି। ରାୟପୁରରେ ଦଳର ତିନି ଦିନିଆ ୮୫ତମ ସାଧାରଣ ଅଧିବେଶନର ଦ୍ୱିତୀୟ ଦିନରେ ସେ ୧୫,୦୦୦ ଦଳୀୟ ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସୋନିଆ ଗାନ୍ଧି କହିଥିଲେ ଯେ, ଡ. ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ୱରେ ୨୦୦୪ଏବଂ ୨୦୦୯ ରେ ଆମର ବିଜୟ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା। କିନ୍ତୁ ମୋତେ ଖୁସି ଦେଇଥିବା କଥାଟି ହେଉଛି ଯେ, ମୋର ଇନିଂସ ଭରତ ଯୋଡା ଯାତ୍ରା ସହିତ ଶେଷ ହୋଇଛି। ଯାହା କଂଗ୍ରେସ ପାଇଁ ଏକ ଟର୍ଣ୍ଣି ପଏଣ୍ଟ। ୟୁପିଏ ମୁଖ୍ୟ ପୂର୍ବତନ କଂଗ୍ରେସ ମୁଖ୍ୟ ସୋନିଆ କହିଛନ୍ତି ଯେ, ଏହା ପ୍ରମାଣିତ ହୋଇଛି ଯେ, ଦେଶର ଲୋକମାନେ ପରସ୍ପର ଭାଇଚାରା, ସହନସୀଳତା ଏବଂ ସମାନତା ପାଇଁ ଅଧିକ ଉଲ୍ଲସିତ। ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି ସୋନିଆ କହିଛନ୍ତି ଯେ, ଦଳ ଘୃଣାର ନିଆଁକୁ ଇନ୍ଧନ ଯୋଗାଉଛି ଏବଂ ସଂଖ୍ୟାଲଘୁ, ଦଳିତ, ଆଦିବାସୀ, ମହିଳାମାନଙ୍କୁ ଅତି ନିଷ୍ଠୁର ଭାବେ ଆକ୍ରମଣ କରୁଛି।

Advertisment

ବର୍ତ୍ତମାନର ଶାସନକୁ ଦୃଢ଼ତାର ସହ ମୁକାବିଲା କରିବାକୁ ସେ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରିଛନ୍ତି। ଏବେ କଂଗ୍ରେସ କର୍ମୀମାନେ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜାଗ୍ରତ ହେବାକୁ ପଡ଼ିବ। ଫେବୃଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଏଠାରେ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଶୁକ୍ରବାର ଏଠାରେ ପହଞ୍ଚିଛନ୍ତି। ସୋନିଆ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡା ଯାତ୍ରା ସଫଳ ହୋଇଛି। ରାହୁଲ ଗାନ୍ଧି କଠିନ ଯାତ୍ରା ସମ୍ଭବ କରିଥିଲେ। ଏହି ଯାତ୍ରା ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତ ଦଳର କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋନିଆ ଦଳର ସଦସ୍ୟମାନଙ୍କୁ ଅନୁଶାସନ ସହ କାର୍ଯ୍ୟ କରିବାକୁ କହିଛନ୍ତି। ଦେଶକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।

ଦେଶର ସ୍ୱାର୍ଥ ପାଇଁ କଂଗ୍ରେସ ଲଢ଼େ‌ଇ କରିବ। କର୍ମୀମାନେ ହେଉଛନ୍ତି କଂଗ୍ରେସର ଶକ୍ତି। ଆମକୁ ଶୃଙ୍ଖଳା ସହ କାର୍ଯ୍ୟ କରିବାକୁ ପଡିବ। ଆମକୁ ଆମର ବାର୍ତ୍ତା ପହଞ୍ଚାଇବାକୁ ପଡିବ। ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡି ଦଳ ପାଇଁ ତ୍ୟାଗ ଓ ବଳିଦାନର ଆବଶ୍ୟକତା ଅଛି ବୋଲି ସୋନିଆ ଗାନ୍ଧୀ ଆହ୍ୱାନ କରିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଆମେ ସଫଳ ହେବୁ ବୋଲି ସେ କହିଛନ୍ତି।

Advertisment

ଶିଳ୍ପପତି ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରି ଜଣେ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଅନୁକମ୍ପା ଦେଖାଇ ସରକାର ଆର୍ଥିକ ଅନିଷ୍ଟ ଘଟାଇଥିବା ଅଭିଯୋଗ କରିଛନ୍ତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe