Advertisment

ଅଜିତ ପାୱାରଙ୍କ ରଣହୁଙ୍କାର ପରେ ଦମ୍ଭ ଦେଖାଇଲେ ଶରଦ ପାୱାର

ଅଜିତ ପାୱାର ନିଜକୁ ଏନସିପିର ସର୍ବେସର୍ବା କହିବା ସହ ଏନସିପିର ଦଳୀୟ ଚିହ୍ନ ଓ ନାଁ ଉପରେ ନିଜର ହକ ଜାହିର କରିଛନ୍ତି। ବିବାଦ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିବା ବେଳେ ଅଜିତ ପାୱାରଙ୍କୁ କଡ଼ା ଜବାବ ଦେଇଛନ୍ତି ସିନିୟର ପାୱାର।

author-image
Hemant Lenka
NCP

NCP

ମହାରାଷ୍ଟ୍ର ଏନସିପିରେ ଦାଦା-ପୁତୁରା କଳି ତୀବ୍ର ହେବାରେ ଲାଗିଛି। ପୁତୁରା ଅଜିତ ପାୱାର ଏନସିପିର ପ୍ରତିଷ୍ଠାତା ତଥା ଦାଦା ଶରଦ ପାୱାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ସେ ତାଙ୍କୁ ଅବସର ନେଇ ଘରେ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Advertisment

ଖାଲି ଏତିକି ନୁହେଁ, ଅଜିତ ପାୱାର ନିଜକୁ ଏନସିପିର ସର୍ବେସର୍ବା କହିବା ସହ ଏନସିପିର ଦଳୀୟ ଚିହ୍ନ ଓ ନାଁ ଉପରେ ନିଜର ହକ ଜାହିର କରିଛନ୍ତି। ବିବାଦ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିବା ବେଳେ ଅଜିତ ପାୱାରଙ୍କୁ କଡ଼ା ଜବାବ ଦେଇଛନ୍ତି ସିନିୟର ପାୱାର।

ଦଳର ନିର୍ବାଚନୀ ଚିହ୍ନ କେହି ବି ନେଇ ପାରିବେ ନାହିଁ। ଏହା ସବୁବେଳେ ଆମ ସହ ରହିବ। ଦଳକୁ ଜିତାଇଥିବା ଲୋକ, ନେତା ଓ କର୍ମୀ ଆମ ସହ ରହିଛନ୍ତି ବୋଲି ଶରଦ ପାୱାର କହିଛନ୍ତି।

Advertisment

ମୁମ୍ବାଇରେ ଶରଦ ପାୱାର କହିଛନ୍ତି, “ଯଦି କିଛି ସମସ୍ୟା ଥିଲା ଅଜିତ ପାୱାର ମୋ ସହ କଥା ହୋଇପାରି ଥାଆନ୍ତେ। ଯଦି ତାଙ୍କ ମୁଣ୍ଡରେ କିଛି ଚାଲିଥିଲା, ସେ ମୋତେ ଜଣାଇ ପାରିଥାଆନ୍ତେ। ଆମକୁ ଜିତାଇଥିବା ଲୋକ ଓ ଦଳୀୟ କର୍ମୀ ଆମ ସହ ରହିଛନ୍ତି। ଆମେ କ୍ଷମତା ପାଇଁ ଆଦୌ ଭୋକିଲା ନାହୁଁ। ଆମେ ପୂର୍ବଭଳି ଲୋକଙ୍କ ପାଇଁ କାମ କରିବୁ। ଅଜିତ ପାୱାରଙ୍କ ଗୋଷ୍ଠୀ କୌଣସି ନିୟମକୁ ପାଳନ କରିନାହାନ୍ତି।”

ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, “ଆପଣ(ବିଜେପି) ଏନସିପିକୁ ଦୁର୍ନୀତିଗ୍ରସ୍ତ କହିଥିଲେ। ଏବେ କାହିଁକି ଏନିସିପି ସହ ମେଣ୍ଟ କରୁଛ? ଉଦ୍ଧବ ଠାକରେଙ୍କ ସହ ଯାହା ଘଟିଥିଲା, ଏବେ ଏହାର ପୁନରାବୃତ୍ତି ହୋଇଛି। ଆଜି ପୂରା ଦେଶ ଆମକୁ ଦେଖୁଛି। ଆଜିର ବୈଠକ ଐତିହାସିକ। ଆମ ରାସ୍ତାରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଆମକୁ ଆଗକୁ ଯିବାକୁ ପଡ଼ିବ।”

ମୁମ୍ବାଇର ବାନ୍ଦ୍ରାରେ ଅଜିତ ପାୱାର ବୈଠକ କରୁଥିବା ବେଳେ ୱାଇବି ଚୌହାନ ଅଡିଟୋରିୟମରେ ଶରଦ ପାୱାର ସମାନ୍ତରଳ ଭାବେ ସଭା କରି ଶକ୍ତି ପ୍ରଦର୍ଶନ କରିଥିଲେ।

ତେବେ ସିନିୟର ପାୱାରଙ୍କ ତୁଳନାରେ ଜୁନିୟର ପାୱାରଙ୍କ ବୈଠକରେ ଅଧିକ ଏନସିପି ବିଧାୟକ ସାମିଲ ହୋଇଥିଲେ। ପ୍ରାୟ ୩୦ ଜଣ ବିଧାୟକଙ୍କ ସମର୍ଥନ ମିଳିବାରୁ ଅଜିତ ପାୱାର ଏନସିପି ଉପରେ ନିଜର ହକ ଜାହିର କରି ଶରଦ ପାୱାରଙ୍କୁ ସମାଲୋଚନା କରିଥିଲେ।

ଏଥିସହ ୨୦୧୯ରେ ଏନସିପି ନିଜ ଆଡ଼କୁ ବିଜେପି ସହ ମେଣ୍ଟ କରିବାକୁ ପ୍ରୟାସ କରିଥିଲା। ସରକାର ଗଠନ ପାଇଁ ଏନସିପି ଓ ବିଜେପି ମଧ୍ୟରେ ୫ଥର ବୈଠକ ହୋଇଥିଲା ବୋଲି ଅଜିତ ପାୱାର ଦାବି କରିଛନ୍ତି। ତେବେ ଏହାକୁ ଶରଦ ପାୱାର ଖଣ୍ଡନ କରିଛନ୍ତି। ବିଜେପି ସହ ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇ ନଥିବା ସେ କହିଛନ୍ତି।

Sharad Pawar Maharashtra Politics NCP Ajit Pawar