ମୋଦି ଓ ହରଲୀନ
ପ୍ରଥମଥର ମହିଳା ଦିନିକିଆ ବିଶ୍ୱକପ ଜିତିଥିବା ଭାରତୀୟ ଟିମ(Indian Women Cricket Team)କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଧବାର ସନ୍ଧ୍ୟାରେ ବିଶ୍ୱ ବିଜେତା ଟିମ ଓ ମୋଦିଙ୍କ ମଧ୍ୟରେ ହୋଇଥିଲା ଆଲୋଚନା। ଖେଳାଳିମାନେ ଆଲୋଚନା ବେଳେ ମୋଦିଙ୍କ ସହ ବିଶ୍ୱକପର ଅନୁଭୂତି ବଖାଣିଛନ୍ତି। ମୋଦି ମଧ୍ୟ ସେମାନଙ୍କ ସହ ହାଲୁକାଫୁଲକା ଆଲୋଚନା କରିଛନ୍ତି।
କିନ୍ତୁ ଆଲୋଚନା ବେଳେ ଭାରତୀୟ ମହିଳା ଟିମର ବ୍ୟାଟର ହରଲୀନ ଦେଓଲ ପ୍ରଧାନମନ୍ତ୍ରୀ ମୋଦି(PM Modi)ଙ୍କୁ ଏମିତି ଏକ ପ୍ରଶ୍ନ କରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଥିଲା। ସେ ମୋଦିଙ୍କୁ ତାଙ୍କ ତ୍ୱଚାର ଯତ୍ନ ସମ୍ପର୍କରେ ପ୍ରଶ୍ନ କରିବାରୁ ସମସ୍ତେ ହସିବାକୁ ଲାଗିଥିଲା। ଭାରତର ଐତିହାସିକ ବିଜୟ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ହରଲୀନଙ୍କ ପ୍ରଶ୍ନ ପୂରା ପରିବେଶକୁ ମଜାଦାର କରି ଦେଇଥିଲା।
ଭାବବିନିମୟ ବେଳେ ପ୍ରଧାନମନ୍ତ୍ରୀ ମୋଦି ମହିଳା ଟିମର ବ୍ୟାଟର ହରଲୀନଙ୍କୁ ତାଙ୍କର ମଜାଳିଆ ଆଚରଣ ପାଇଁ ପ୍ରଶଂସା କରିଥିଲେ। ଚାପ ସମୟରେ ମଧ୍ୟ ସେ ଟିମର ପରିବେଶକୁ ହାଲୁକା କରି ରଖୁଥିବାରୁ ମୋଦି ଏହାକୁ ବେଶ ପସନ୍ଦ କରିଥିଲେ। ମୋଦିଙ୍କ କଥା ଶୁଣି ହରଲୀନ ଆଉଟ ଅଫ ସିଲାବସ୍ର ଗୋଟିଏ ପ୍ରଶ୍ନ ପଚାରିଥିଲେ।
ହରଲୀନ ମାଇକ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କିମ୍ବା କ୍ରିକେଟ ସମ୍ପର୍କିତ ପ୍ରଶ୍ନ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ତାଙ୍କ ପ୍ରଶ୍ନ ଶୁଣି ସମସ୍ତେ କିଛି ସମୟ ପାଇଁ ତଟକା ହୋଇ ଯାଇଥିଲେ।
ସେ ପଚାରିଥିଲେ ଯେ “ସାର୍, ଆପଣଙ୍କ ତ୍ୱଚା ସବୁବେଳେ ଚମକୁଛି। ଆପଣ ତ୍ୱଚାର ଯତ୍ନ ନେଉଥିବା ରୁଟିନ ସମ୍ପର୍କରେ ଦୟା କରି ମୋତେ କହିବେ କି? ହରଲୀନ ସ୍ମିତ ହାସ୍ୟ ଦେଇ ଏପରି ପ୍ରଶ୍ନ କରିଥିଲେ। ତାଙ୍କର ଏପରି ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟମାନେ ହସିବାକୁ ଲାଗିଥିଲେ। ମୋଦି ଏହାର ଜବାବରେ କହିଥିଲେ ଯେ “ମୁଁ ସେସବୁ ବିଷୟରେ ଚିନ୍ତା କରେ ନାହିଁ।”
ଏହି ସମୟରେ ଦଳର କେହି ଜଣେ ସଦସ୍ୟ କହିଥିଲେ ଯେ “ସାର୍, ଏହା ଦେଶର ଲକ୍ଷାଧିକ ଲୋକଙ୍କ ଭଲ ପାଇବା।” ଏହା ଶୁଣି ସମସ୍ତେ ଆହୁରି ହସିବାକୁ ଲାଗିଥିଲେ।
ମୁଖ୍ୟ କୋଚ୍ ଅମୋଲ ମଜୁମଦାର ମଧ୍ୟ ଏହି ଥଟ୍ଟାମଜାରେ ଭାଗ ନେଇ ମଜାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ “ସାର ଆପଣ ଦେଖି ପାରୁଥିବେ ଯେ ଏପରି ଲୋକମାନଙ୍କୁ ମୋତେ ସହ୍ୟ କରିବାକୁ ପଡ଼ୁଛି। ଏହି କାରଣରୁ ମୋର ଚୁଟି ଧଳା ହୋଇଗଲାଣି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/06/pm-modi-2025-11-06-13-18-07.jpg)