Advertisment

ରେଜଲ୍ଟ ପୂର୍ବରୁ ପୂଜାର୍ଚ୍ଚନା, ବିଜୟ ଦାବି କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ବିଜୟ ପକ୍କା ଓ ପୁଣି ସରକାର ଗଢ଼ିବେ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି।

author-image
Madhupriya Mistry
Nayab Singh Saini

Nayab Singh Saini

କିଏ ଜିତିବି ହରିୟାଣା। ଫୁଟିବ ପଦ୍ମ ନା ବାଜି ମାରିବ ହାତ। ଆଉ କିଛି ସମୟ ପରେ ସାମ୍ନାକୁ ଆସିବ ରେଜଲ୍ଟ। ତେବେ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ ବଡ଼ ଦାବି କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି। ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ପୁଣି ସରକାର ଗଢ଼ିବା ନେଇ ଦାବି କରିଛନ୍ତି।

Advertisment

ହରିୟାଣା ମୁଖ୍ୟମନ୍ତ୍ରୀ ଆଜି ରେଜଲ୍ଟ ବାହାରିବା ପୂର୍ବରୁ ବ୍ରହ୍ମ ସରୋବର ସ୍ଥିତ ଶ୍ରୀ ଦକ୍ଷିଣ ମୁଖି ହନୁମାନ ମନ୍ଦିରକୁ ଯାଇ ପୂଜା କରିଛନ୍ତି। ଏଥିସହ ତାଙ୍କ ବିଜୟ ପକ୍କା ଓ ପୁଣି ସରକାର ଗଢ଼ିବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଲୋକଙ୍କ ବିକାଶ ପାଇଁ ବିଜେପି କାମ କରିଛି ବୋଲି ସୈନି କହିଛନ୍ତି। ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆମେ ବିଜୟୀ ହେବୁ। ବିଜେପି ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇବ ବୋଲି ସେ କହିଛନ୍ତି।

ହରିୟାଣାର ଲଡବା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଜେପିର ନୟାବ ସିଂହ ସୈନି ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ପୁଣିଥରେ ମେୱା ସିଂହଙ୍କ ଉପରେ ଭରସା କରିଛି। 

Advertisment

କହିରଖୁ ଯେ, ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୫ ତାରିଖରେ ଭୋଟ୍‌ ପଡିଥିଲା। ସେହିପରି ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ଆଜି ସକାଳ ୮ ଟାରୁ ଆରମ୍ଭ ହେଉଥିବା ଭୋଟ୍ ଗଣତି ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଗତ ଲୋକସଭା ନିର୍ବାଚନ ପରେ ଏହା ଦେଶର ପ୍ରଥମ ବିଧାନସଭା ଫାଇଟ୍। ସେ ଦୃଷ୍ଟିରୁ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଦଳଙ୍କ ଗୁରୁତ୍ୱ ବଢ଼ିଛି।

Nayab Singh Saini Haryana Assembly Elections Haryana Assembly Election Result