Advertisment

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ପରେ ବିରୋଧ, ଦଳ ଛାଡ଼ିଲେ ବିଧାୟକ

ଟିକେଟ୍‌ କଟିବା ପରେ ବିଧାୟକ ରାଗି ଯାଇ ଦଳରୁ ଇସ୍ତଫା ଦେଇଛନ୍ତି।

author-image
Madhupriya Mistry
BJP MLA Resign

BJP MLA Resign

ଆଉ ମାତ୍ର ଦିନ କେଇଟା ପରେ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍‌। ଏଭଳି ପରିସ୍ଥିତିରେ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିଜେପି ବୁଧବାର ହରିଆଣା ବିଧାନସଭା ନିର୍ବାଚନ ପାଇଁ ୬୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ତେବେ ଏହି ତାଲିକା ପ୍ରକାଶ ପାଇବା ମାତ୍ରେ ଦଳରେ ଆରମ୍ଭ ହୋଇଯାଇଛି ବିରୋଧ। ଟିକେଟ୍‌ କଟି ଯିବାରୁ ରାଗି ଯାଇ ଦଳ ଛାଡିଛନ୍ତି ବିଧାୟକ।

Advertisment

ରତିଆ ଆସନରୁ ବିଜେପି ବିଧାୟକ ଲକ୍ଷ୍ମଣ ନାପା ଦଳ ଛାଡ଼ିଛନ୍ତି। ସେ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ହରିଆଣା ବିଜେପି ସଭାପତି ମୋହନ ଲାଲ ବାଡୌଲିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଲକ୍ଷ୍ମଣ ନାପା ଆଜି କଂଗ୍ରେସରେ ଯୋଗ ଦେଇପାରିନ୍ତି ବୋଲି ସୂଚନା ରହିଛି।

ବାସ୍ତବରେ, ହରିଆଣାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ପ୍ରକାଶିତ ପ୍ରଥମ ତାଲିକାରେ ରତିଆ ବିଧାୟକ ଲକ୍ଷ୍ମଣ ନାପାଙ୍କୁ ଟିକେଟ୍ ଦିଆଯାଇ ନାହିଁ। ଆଗାମୀ ହରିଆଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ରତିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ସାଂସଦ ସୁନୀତା ଦୁଗ୍ଗଲଙ୍କୁ ମୈଦାନକୁ ଓହ୍ଲାଇଛି। ଏହା ପରେ ଲକ୍ଷ୍ମଣ ନାପା ବିଜେପିରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

କହିରଖୁ ଯେ, ଆସନ୍ତା ଅକ୍ଟୋବର ୫ ତାରିଖରେ ହରିଆଣାର ୯୦ଟି ବିଧାନସଭା ଆସନରେ ଭୋଟିଂ ହେବ। ଅକ୍ଟୋବର ୮ରେ ଫଳାଫଲ ଅସିବ।

Bjp Haryana Assembly Election BJP MLA Resigns