Advertisment

ହରିଆଣାରେ କଂଗ୍ରେସ-ଆପ୍‌ ମେଣ୍ଟକୁ ସୋମନାଥଙ୍କ ନା

ମଦ ଦୁର୍ନୀତିରେ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍‌ ନେତାମାନେ ଜେଲ ଯାଇଥିବା ପଛରେ କଂଗ୍ରେସ ନେତା ଅଜୟ ମାକେନଙ୍କ ଷଡଯନ୍ତ୍ର ଥିବା ସେ ଅଭିଯୋଗ ଆଣିଛନ୍ତି।

author-image
Madhupriya Mistry
Somnath Bharati

Somnath Bharati

ପାଖେଇ ଆସିଲାଣି ହରିଆଣା ବିଧାନସଭା ନିର୍ବାଚନ। ଆଉ ଦିନ କେଇଟା ପରେ ପଡ଼ିବ ଭୋଟ୍‌। ଏଥିପାଇଁ ସମସ୍ତ ଦଳ ଜୋରସୋର୍‌ରେ ପ୍ରସ୍ତିତି ଚଳାଇଛନ୍ତି। କିନ୍ତୁ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି କଂଗ୍ରେସ ଓ ଆମ ଆଦମୀ ପାର୍ଟିର ମେଣ୍ଟ। ଆପ ଓ କଂଗ୍ରେସ ଭିତରେ ମେଣ୍ଟକୁ ନେଇ ଅନେକ ବୈଠକ ଅନୁଷ୍ଠିତ ହୋଇସାରିଛି। କିନ୍ତୁ କୌଣସି ସହମତି ହୋଇପାରି ନାହିଁ। ଉଭୟ ଦଳର ଅନେକ ନେତା ମଧ୍ୟ ଏହି ମେଣ୍ଟକୁ ନେଇ ଖୁସି ନାହାନ୍ତି। ଏବେ ଏହି ମେଣ୍ଟକୁ ନେଇ ଆପ୍‌ ନେତା ସୋମନାଥ ଭାରତୀ ବର୍ଷିଛନ୍ତି।

Advertisment

ଆପ୍‌ ବିଧାୟକ ସୋମନାଥ ଭାରତୀ କଂଗ୍ରେସ ସହ ଆପ୍‌ର ମେଣ୍ଟ ମେଳ ଖାଉନି ବୋଲି କହି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲିକାର୍ଜୁନ ଖାଡ଼ଗେ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିକୁ ପରାସ୍ତ କରିବା ପାଇଁ କଂଗ୍ରେସ ଏବଂ ବିଜେପି ଗୁପ୍ତରେ ମିଳିତ ଭାବେ କାମ କରୁଛନ୍ତି।

ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଏବଂ ଖାଡ଼ଗେଙ୍କ ସମେତ କଂଗ୍ରେସ ନେତାଙ୍କ ଦ୍ୱାରା ଆପ୍‌ ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରଚାର କରାଯାଇ ନାହିଁ। କିନ୍ତୁ କେଜ୍ରିଓ୍ୱାଲ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ କଂଗ୍ରେସ ଆମକୁ ସମର୍ଥନ କରିନଥିଲା। କଂଗ୍ରେସ ନେତାମାନେ ବିଜେପିକୁ ସାହାଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ମଦ ଦୁର୍ନୀତିରେ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍‌ ନେତାମାନେ ଜେଲ ଯାଇଥିବା ପଛରେ କଂଗ୍ରେସ ନେତା ଅଜୟ ମାକେନଙ୍କ ଷଡଯନ୍ତ୍ର ଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

Advertisment

ହରିଆଣା ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଏକା ଲଢ଼ିବା ଉଚିତ ବୋଲି ସୋମନାଥ ଭାରତୀୟ ଦଳର ହାଇକମାଣ୍ଡଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି ଯେ ହରିଆଣା ବିଜେପି ସଙ୍କଟ ଦେଇ ଗତି କରୁଛି। କଂଗ୍ରେସରେ ମଧ୍ୟ ବଡ଼ ଧରଣର ଆଭ୍ୟନ୍ତରୀଣ କନ୍ଦଳ ରହିଛି। ଏଥି ସହିତ ହରିଆଣା ହେଉଛି କେଜ୍ରିୱାଲଙ୍କ ଘର, ତେଣୁ ଆମ୍ ଆଦମୀ ପାର୍ଟି ହରିଆଣାର ପ୍ରଥମ ଅଣ-ବିଜେପି ଏବଂ ଅଣ-କଂଗ୍ରେସ ସରକାର ଦେବା ପାଇଁ ସମସ୍ତ ୯୦ଟି ଯାକ ସିଟ୍ରେ ଏକାକି ଲଢ଼ିବା ଉଚିତ୍।

କହିରଖୁ ଯେ, ଆସନ୍ତା ଅକ୍ଟୋବର ୫ ତାରିଖରେ ହରିଆଣାର ୯୦ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ।

AAP AAP MLA Haryana Assembly Election Somnath Bharati