Advertisment

କପି ଯୋଗାଇବାର ନୂଆ ଫଣ୍ଡା, କାନ୍ଥ ଡେଉଁଛନ୍ତି ଲୋକେ

ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ନିଜ ପିଲାଙ୍କୁ କପି ଯୋଗାଇବା ପାଇଁ ଅଭିଭାବକମାନେ ବାଉଁଶ ସାହାଯ୍ୟ ସ୍କୁଲର କାନ୍ଥ ଡେଇଁଛନ୍ତି।

ଅଦ୍ୟତନ ହୋଇଛି
Cheating in Exam

Cheating in Exam

Advertisment

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବାକୁ ଭିନ୍ନ ତରିକା। କାନ୍ଥ ଡେଇଁବାକୁ ବି ଡରୁନାହାନ୍ତି ଲୋକେ। ହରିଆଣା ନୁହ ଜିଲ୍ଲାର ଚନ୍ଦ୍ରାବତୀ ସ୍କୁଲରୁ ଏଭଳି କିଛି ଚିତ୍ର ସାମ୍ନକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ଗତକାଲି ହରିଆଣାରେ ମାଟ୍ରିକ ବୋର୍ଡ ପରୀକ୍ଷା ଚାଲିଥିଲା। ପରୀକ୍ଷାରେ କପି ରୋକିବା ପାଇଁ କଡା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିନ୍ତୁ ଏସବୁ କୁ ଖାତିର ନକରି ଏତିକି ବେଳେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କପି ଯୋଗାଇବା କାନ୍ଥ ଡେଉଁ ଥିଲେ। ବାଉଁଶ ସାହାଯ୍ୟ ସ୍କଲର କାନ୍ଥ ଡେଇଁ ପିଲାଙ୍କୁ ଯୋଗାଇଥିଲେ କପି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ନୁହ ଜିଲ୍ଲାର ୟାମିନି ମେବ ସିନିୟର୍‌ ସେକେଣ୍ଡରୀ ସ୍କୁଲ ଓ ତାବଡୁ ସହରର ଚନ୍ଦ୍ରାବତୀ ସ୍କୁଲରେ ବୋର୍ଡ ପରୀକ୍ଷା ବେଳେ ଜୋରଦାର କପି ହୋଇଥିଲା। କେବଳ ସେତିକି ନୁହେଁ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ର ଭିତରୁ ପ୍ରଶ୍ନ ପତ୍ରର ଫଠୋ ଉଠାଇ ଲିକ୍‌ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନୁହ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ପରୀକ୍ଷାରେ କପି କରୁଥିବା ଏବଂ କପି ଯୋଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
Haryana Board Exam Haryana Cheating Video Cheating In Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe