Advertisment

ପୁଣି ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଛନ୍ତି କୃଷକ; ୨ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କଲେ ହରିୟାଣା ସରକାର

ଆସନ୍ତାକାଲି ପଞ୍ଜାବ ଓ ହରିୟାଣାର ଶତାଧିକ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅଣ୍ଟା ଭଡ଼ିଛନ୍ତି।

 Ambala-Kaithal bypass road

Ambala-Kaithal bypass road

Advertisment

'ଦିଲ୍ଲୀ ଚଲୋ' ଡାକରା ଦେଇ ରାଜଧାନୀ ଅଭିମେଖ ହଜାର ହଜାର କୃଷକ। ଆସନ୍ତାକାଲି ପଞ୍ଜାବ ଓ ହରିୟାଣାର ଶତାଧିକ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅଣ୍ଟା ଭଡ଼ିଛନ୍ତି। ଏହା ସାଙ୍ଗକୁ କୃଷକମାନେ ଶହ ଶହ ଟ୍ରାକ୍ଟର ନେଇ ଦିଲ୍ଲୀକୁ ପ୍ରବେଶ କରିବେ ବୋଲି ସୂଚନା ମିଳିଛି। ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଜେଲର ବ୍ୟବସ୍ଥା କରିଛନ୍ତି ହରିୟାଣା ସରକାର।

Advertisment

ସୂଚନା ଅନୁସାରେ, ହରିୟାଣା ସରକାର ଦୁଇଟି ବଡ଼ ଷ୍ଟାଡିୟମକୁ ଅସ୍ଥାୟୀ ଜେଲରେ ପରିଣତ କରିଛନ୍ତି। ସିର୍ସାର ଚୌଧରୀ ଡାଲବୀର ସିଂହ ଇନଡୋର ଷ୍ଟାଡିୟମ ଏବଂ ଡାବୱାଲିର ଗୁରୁ ଗୋବିନ୍ଦ ସିଂହ ଷ୍ଟାଡିୟମକୁ ଅସ୍ଥାୟୀ ଜେଲ ଭାବରେ ପ୍ରସ୍ତୁତ ରଖାଯାଇଛି। କୌଣସି ଅଘଟଣ ଘଟିଲେ କୃଷକମାନଙ୍କୁ ଗିରଫ କିମ୍ବା ଅସ୍ଥାୟୀ ଜେଲରେ ଅଟକ ରଖାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି।

ପ୍ରକାଶ ଥାଉ କି, କିଛି ଦିନର ଅନ୍ତର ପରେ ପୁଣି କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୂର୍ବରୁ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ହଜାର ହଜାର କୃଷକ ମାସ ମାସ ଧରି ଆନ୍ଦୋଳନରେ ବସିଥିଲେ। ଶେଷରେ ସରକାର ଏହି ଆଇନକୁ ପ୍ରତ୍ୟାହାର କରିବା ପରେ ଆନ୍ଦୋଳନ ହଟିଥିଲା। ଏବେ ପୁଣି ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି କୃଷକ। 

Advertisment

ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ତଥା ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କୃଷକଙ୍କ ଦାବି ରହିଛି। ଦୀର୍ଧ ୭୫ ବର୍ଷ ହେବ ଏହି ଦାବି ପୂରଣ ହୋଇପାରୁ ନାହିଁ ବୋଲି କୃଷକମାନେ ଅଭିଯୋଗ କରିଛନ୍ତି। ତେଣୁ ଏସବୁ ଦିଗ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆନ୍ଦୋଳନ କରାଯିବ ବୋଲି ଚାଷୀ ନେତାମାନେ କହିଛନ୍ତି। 

ଆସନ୍ତାକାଲି ସଂଯୁକ୍ତ କିସାନ ମୋର୍ଚ୍ଚା ଏବଂ କିସାନ ମଜଦୁର ମୋର୍ଚ୍ଚାର ବ୍ୟାନର ତଳେ ୨୦୦ରୁ ଅଧିକ କୃଷକ ସଂଙ୍ଗଠନ ଆନ୍ଦୋଳନ କରିବେ ବୋଲି କୁହାଯାଉଛି। ଏହା ସାଙ୍ଗକୁ କୃଷକମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି ମଧ୍ୟ କରିବେ। ଶହ ଶହ ଟ୍ରାକ୍ଟର ନେଇ ଦିଲ୍ଲୀକୁ ପ୍ରବେଶ କରିବେ, ଏଥିପାଇଁ ପୂର୍ବରୁ ରିହଲସଲ୍ ମଧ୍ୟ ସରିଲାଣି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। 

ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ପୁଲିସ ମଧ୍ୟ ସତର୍କ ରହିଛନ୍ତି। ଦିଲ୍ଲୀ, ଦିଲ୍ଲୀ-ହରିୟାଣା ଏବଂ ହରିୟାଣା-ପଞ୍ଜାବ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତିବନ୍ଧକ ଲଗାଯାଇଛି। ହରିୟାଣା ସରକାର ମଧ୍ୟ CrPCର ଧାରା ୧୪୪ ଅନୁଯାୟୀ ପାଞ୍ଚ କିମ୍ବା ଅଧିକ ଲୋକଙ୍କ ସଭାକୁ ନିଷିଦ୍ଧ କରିଛନ୍ତି।

Farmers Protest Delhi Protest Hariyan Farmers Farmers Protest Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe