Advertisment

ବୁଲି ବାହାରିଥିଲେ କ୍ରାଇମ୍‌ବ୍ରାଞ୍ଚ ASI, ଗୁଳି କରିଦେଲେ ଦୁର୍ବୃତ୍ତ

ବାଇକ୍‌ରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡକୁ ଗୁଳି କରିଛନ୍ତି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Crime Branch ASI Shot Dead

Crime Branch ASI Shot Dead

Advertisment

ସନ୍ଧ୍ୟାରେ ବୁଲି ବହାରିଥିଲେ କ୍ରାଇମ୍‌ ବ୍ରାଞ୍ଚ ଏଏସ୍‌ଆଇ। ବାହାରେ ଜଗି ବସିଥିଲେ ଶୁଟର୍‌। ସେ ବାହାରକୁ ବାହାରିବା ମାତ୍ରେ ତାଙ୍କ ଉପରେ ହେଲା ଆଖିବୁଜା ଗୁଳିମାଡ। ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଲେ ପୁଲିସ ବାବୁ। ହରିଆଣାର କର୍ଣ୍ଣାଲରେ ଘଟିଛି ଏଭଳି କିଛି ଘଟଣା।

Advertisment

ହରିଆଣାର ଯମୁନାନଗର କ୍ରାଇମ ବ୍ରାଞ୍ଚରେ ପୋଷ୍ଟ ହୋଇଥିବା ଏଏସଆଇ ସଞ୍ଜୀବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ତାଙ୍କ ଘର ନିକଟରେ ହିଁ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଘଟଣା ସମୟରେ ସେ ବୁଲିବାକୁ ଯାଉଥିଲେ। ଏତିକି ବେଳେ ବାଇକ୍‌ରେ କିଛି ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡକୁ ଗୁଳି କରିଦେଇଥିଲେ।

ସୂଚନାନୁସାରେ, ସଞ୍ଜୀବ ସନ୍ଧ୍ୟାରେ ତାଙ୍କ ଘର ବାହାରେ ବୁଲୁଥିଲେ। ଠିକ୍‌ ଏତିକି ବେଳେ ବାଇକ୍ରେ ଆସି ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଗୋଟିଏ ଗୁଳି ସଞ୍ଜୀବଙ୍କ ମୁଣ୍ଡରେ ଏବଂ ଅନ୍ୟଟି ତାଙ୍କ ଅଣ୍ଟାରେ ବାଜିଥିଲା। ଏହା ପରେ ସଞ୍ଜୀବଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସିଆଇସିର ଟିମ୍‌ ପହଞ୍ଚି ଛାନଭିନ୍‌ କରିଛି। ଉକ୍ତ ସ୍ଥାନରୁ ଖୋକା ଜବତ ହୋଇଛି। ଅନ୍ୟପଟେ ସୂଚନା ମିଳିବା ପରେ ଏଏସ୍‌ଆଇଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

କର୍ଣ୍ଣଲର କୁଟେଲ ଗ୍ରାମ ନିକଟରେ ଏହି ଘଟଣା ଘଟିଛି, ଯେଉଁଠି ଏଏସଆଇ ସଞ୍ଜୀବ ରହୁନ୍ତି। ସଞ୍ଜୀବ ହରିଆଣା ପୁଲିସର କର୍ମଚାରୀ ଥିଲେ ଏବଂ ଯମୁନାନଗରର ରାଜ୍ୟ ଅପରାଧ ଶାଖାରେ ଏଏସଆଇ ଭାବରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସଞ୍ଜୀବ କିଛି ସମୟ ପୂର୍ବରୁ ତାଙ୍କର ଅପରେସନ୍ କରିଥିଲେ। ସେ ପ୍ରତିଦିନ ଡ୍ୟୁଟି ସାରି ଘରକୁ ଯାଉଥିଲେ।

Crime Branch Hariyana Crime ASI Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe