Advertisment

ଆସିନି ରେଜଲ୍ଟ, ବିଜ୍‌ କହିଲେଣି ମୁଖ୍ୟମନ୍ତ୍ରୀ ହେବି

ହରିୟାଣାରେ ବିଜେପି ୪୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪, ଆଇଏନ୍‌ଏଲ୍‌ଡି ୩ ଓ ଅନ୍ୟାନ୍ୟ ୫ ସିଟ୍‌ରେ ଆଗୁଆ ଅଛି।

Anil Vij

Anil Vij

Advertisment

ହରିୟାଣାରେ ଚାଲିଛି କାଣ୍ଟେକା ଟକ୍କର୍‌। ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରଥମେ କଂଗ୍ରେସ ଆଗୁଆ ରହିଥିବା ବେଳେ ଏବେ ବିଜେପି ତାକୁ କ୍ରସ୍‌ କରି ଆଗକୁ ବଢ଼ିଛି। ବିଜେପି ଆଗୁଆ ହେବା ପରେ ପରେ ବଡ଼ ଇଚ୍ଛା ଜାହିର କରିଛନ୍ତି ବରିଷ୍ଠ ନେତା ଅନିଲ ବିଜ୍‌। ରେଜଲ୍ଟ ନ ଆସୁଣୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Advertisment

ଭୋଟ ଗଣତି ଭିତରେ ହରିୟାଣାର ଅମ୍ବାଲା ଛାବନିରୁ ବିଜେପିର ପ୍ରାର୍ଥୀ ଥିବା ଅନିଲ ବିଜ କହିଛନ୍ତି, 'ଯଦି ଦଳର ହାଇକମାଣ୍ଡ ଚାହିଁବେ ତେବେ ସେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।' ମିଡିଆ ସାମ୍ନାକୁ ଆସି ସେ କହିଛନ୍ତି, 'ଜନତାର ଫଇସଲା ଠିକ୍ ଦଳକୁ ଯିବ। କଂଗ୍ରେସ ଘୃଣାର ରାଜନୀତି କରେ। ସେମାନେ ପ୍ରେମର ଦୋକାନରେ ଘୃଣାର ସାମଗ୍ରୀ ବିକ୍ରି କରନ୍ତି ...।'

ଅନୀଲ ବିଜ୍‌ ହରିୟାଣାରେ ଭୋଟ୍ ହେବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରି କହିଥିଲେ ଯେ ସେ ହେଉଛନ୍ତି ବରିଷ୍ଠ ନେତା। ତେବେ ଅନିଲ ବିଜ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବା ସହଜ ହେବ ନାହିଁ। ବର୍ତ୍ତମାନର ରାଜ୍ୟ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ଜିତେ ତେବେ ମୁଖ୍ୟମନ୍ତ୍ରୀ ଆସନ ଉପରେ ସବୁଠାରୁ ଅଧିକ ଦାବିଦାର ତାଙ୍କର ରହିବ।

Advertisment

ହରିୟାଣାରେ ଭାରତୀୟ ଜନତା ପାର୍ଟି ଲଗାତର ତୃତୟ ଥର ପାଇଁ ସରକାର ଗଠନ କରିପାରେ। ରାଜ୍ୟର ୯୦ଟି ଆସନରେ ଅକ୍ଟୋବର ୫ ତାରିଖରେ ଭୋଟ୍‌ ହୋଇଥିଲା। ତେବେ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ରହିଥିଲା। ଏବେ କିନ୍ତୁ ବିଜେପି ତାକୁ ପଛରେ ପକାଇ ଆଗକୁ ବଢ଼ିଛି। ବିଜେପି ୪୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪, ଆଇଏନ୍‌ଏଲ୍‌ଡି ୩ ଓ ଅନ୍ୟାନ୍ୟ ୫ ସିଟ୍‌ରେ ଆଗୁଆ ଅଛି।

Bjp Anil Vij Haryana Election Poll Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe