Advertisment

ଚାଷୀଙ୍କ ଆନ୍ଦୋଳନରେ ସରକାର ଚେପା: ମାନିଲେ ଦାବି

ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଜି ସନ୍ଧ୍ୟାରେ ଚାଷୀ ପ୍ରତିନିଧିମାନଙ୍କ ସହ କଥା ହୋଇଥିଲା। ଏହି ବୈଠକରେ ଚାଷୀଙ୍କ ଦାବିକୁ ସରକାର ମାନିନେବେ ବୋଲି ରାଜି ହୋଇଛନ୍ତି।

author-image
Hemant Lenka
Farmer Protest

Farmer Protest

ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ଦେଖି ଶେଷରେ ସେମାନଙ୍କ ଦାବିରେ ରାଜି ହୋଇଛନ୍ତି ହରିଆଣା ସରକାର। ଚାଷୀଙ୍କ ଦାବି ଅନୁସାରେ ସରକାର ସୂର୍ଯ୍ୟମୁଖୀ ମଞ୍ଜିକୁ  ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ଅନୁଯାୟୀ କିଣିବାକୁ ସହମତି ପ୍ରକାଶ କରିଛନ୍ତି।

Advertisment

ଏମଏସ୍‌ପି ଅନୁସାରେ ସୂର୍ଯ୍ୟମୁଖ୍ୟ ମଞ୍ଜି କିଣିବା ଓ ଉପଯୁକ୍ତ ରିଲିଫ ପ୍ରଦାନ କରିବା ଦାବିରେ ହାଜର ହଜାର ଚାଷୀ ଚଳିତ ମାସ ଆରମ୍ଭରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ଦିନକୁ ଦିନ ସେମାନଙ୍କ ଆନ୍ଦୋଳନର ତୀବ୍ରତା ବ‍ଢ଼ୁଥିବା ବେଳେ ରାସ୍ତା ରୋକ ମଧ୍ୟ ଆରମ୍ଭ ହୋଇଥିଲା।

ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଜି ସନ୍ଧ୍ୟାରେ ଚାଷୀ ପ୍ରତିନିଧିମାନଙ୍କ ସହ କଥା ହୋଇଥିଲା। ଏହି ବୈଠକରେ ଚାଷୀଙ୍କ ଦାବିକୁ ସରକାର ମାନିନେବେ ବୋଲି ରାଜି ହୋଇଛନ୍ତି।

Advertisment

ସରକାର ରିଲିଫ ରାଶିକୁ ବୃଦ୍ଧି କରିବା ସହ ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ଦାମ ଦେବେ ବୋଲି ବୈଠକ ପରେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି। ଏଥିସହ ସେ ଚାଷୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ଅନୁରୋଧ ପରେ ଚାଷୀମାନେ ମଧ୍ୟ ବିକ୍ଷୋଭ ପ୍ରତ୍ୟାହାର କରିଛନ୍ତି। 

ସରକାର ଏମଏସ୍‌ପି ଅନୁଯାୟୀ ସୂର୍ଯ୍ୟମୂଖୀ ମଞ୍ଜି କିଣିବାକୁ ମନା କରିବାରୁ ଚାଷୀମାନେ କ୍ଷୁବ୍ଧ ହୋଇଥିଲେ। ଏଥିପାଇଁ ସେମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଜୁନ ୬ରେ ଭାରତୀୟ କିଷାନ ୟୁନିୟନ(ଚାରୁନି) ପକ୍ଷରୁ ଜାତୀୟ ରାଜପଥ-୪୪କୁ ବନ୍ଦ କରାଯାଇଥିଲା।

ଫଳରେ କୁରୁକ୍ଷେତ୍ର ଓ ଦିଲ୍ଲୀ ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିବା ସହ ପାଣି ମାଡ଼ କରିଥିଲା। ଏହାପରେ ୯ ଜଣ ଚାଷୀ ନେତାଙ୍କୁ ବିଭିନ୍ନ ଦଫାରେ ଗିରଫ କରାଯାଇଥିଲା।

Farmer Protest Haryana News