Advertisment

ନାୟବଙ୍କ ଫ୍ଲୋର ଟେଷ୍ଟ: ହ୍ୱିପ୍‌ ସତ୍ତ୍ୱେ ବିଧାନସଭାରେ ପହଞ୍ଚିଲେ ଜେଜେପିର ୪ ବିଧାୟକ

ଅସନ୍ତୁଷ୍ଟ ଥିବା ଜେଜେପି ବିଧାୟକଙ୍କ ବିଜେପି ସହ ଘନିଷ୍ଠତା ବଢ଼ିବାରେ ଲାଗିଛି।

ଅଦ୍ୟତନ ହୋଇଛି
Nayab Singh

Nayab Singh

Advertisment

କାଲି ଶପଥ ନେବା ପରେ ଆଜି ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିକଙ୍କ ଆରମ୍ଭ ହୋଇଛି ଫ୍ଲୋର ଟେଷ୍ଟ। ବିଜେପି ନିଜର ସହଯୋଗୀ ଦଳ ଜେଜେପି ସହିତ ମେଣ୍ଟ ଭାଙ୍ଗି ନାୟବ ସିଂହ ସୈନିଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରିଛି। ତେବେ ନାୟବ ସରକାରଙ୍କ ଆସ୍ଥା ଭୋଟ୍‌ ସହ ଆଜି ଜେଜେପିରେ ଫାଟ ସୃଷ୍ଟି ହୋଇପାରେ। କାରଣ ଦୁଷ୍ମନ୍ତ ଚୌଟାଲାଙ୍କ ହ୍ୱିପ୍‌ ଜାରି ସତ୍ତ୍ୱେ ବିଧାନସଭାରେ ପହଞ୍ଚିଛନ୍ତି ଜେଜେପିର ଚାରି ବିଧାୟକ।

Advertisment

କୁହାଯାଉଛି ଯେ ଜେଜେପି ବିଧାୟକ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛନ୍ତି। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ସହ ନୈନା ଚୌଟାଲା, ଅନୁପ ଧନକ, ଅମରଜିତ ଚାଣ୍ଡା ଏବଂ ରାମକରନ କାଲା ଅଛନ୍ତି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ବବଲି, ରାମନିୱାସ୍ ସୁରଜାଖେଡା, ରାମକୁମାର ଗୌତମ, ଈଶ୍ୱର ସିଂହ ଏବଂ ଯୋଗୀରାମ ସିହାଗ ଅସନ୍ତୋଷ ଥିବା କୁହାଯାଉଛି।

ଗତକାଲି ଦିଲ୍ଲୀରେ ଅନୁଷ୍ଠିତ ଜେଜେପି ବୈଠକରୁ ଏହି ୫ ଜଣ ବିଧାୟକ ଗାଏବ ଥିଲେ। ଏଥିମଧ୍ୟରୁ ଚାରି ଜଣ ଆଜି ଶପଥ ଗ୍ରହଣ ସମାରୋହରେ ପହଞ୍ଚିଛନ୍ତି। ଅସନ୍ତୋଷ ଥିବା ବିଧାୟକଙ୍କ ବିଜେପି ସହ ଘନିଷ୍ଠତା ବଢ଼ିବାରେ ଲାଗିଛି, ଏଭଳି ପରିସ୍ଥିତିରେ ଆଜି ଫ୍ଲୋର ଟେଷ୍ଟ ବେଳେ ଜେଜେପି ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।

Advertisment

ଆଜି ହିସାରରେ ଏକ ଜେଜେପି ରାଲି ଅଛି, ଯେଉଁଠାରେ ଆଗାମୀ ଘୋଷଣା କରାଯିବ। ଏଭଳି ସ୍ଥିତିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲା ସମେତ ଅନ୍ୟ ବିଧାୟକମାନେ ଏହି ରାଲିରେ ରହିବେ ନା ବିଧାନସଭାରେ ରହିବେ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

Floor Test Haryana CM JJP Nayab Singh Saini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe