Advertisment

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ଉପ ରାଜ୍ୟପାଳ ପଦ

ପ୍ରଫେସର ଅଶିମ କୁମାର ଘୋଷ ହରିୟାଣାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ଗୋଆର ରାଜ୍ୟପାଳ ଭାବେ ଅଶୋକ ଗଜପତି ରାଜୁଙ୍କୁ ନିଯୁକ୍ତି ଦିଆଯାଇଛି।

Raju

Raju

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ହରିୟାଣା ଓ ଗୋଆ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏଥିସହ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଉପ ରାଜ୍ୟପାଳଙ୍କ ନାଁ ଉପରେ ମଧ୍ୟ ମୋହର ଲାଗିଛନ୍ତି ରାଷ୍ଟ୍ରପତି।

Advertisment

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଫେସର ଅଶିମ କୁମାର ଘୋଷ ହରିୟାଣାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ଗୋଆର ରାଜ୍ୟପାଳ ଭାବେ ପୁଶାପତି ଅଶୋକ ଗଜପତି ରାଜୁଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ଲଦାଖର ଉପ ରାଜ୍ୟପାଳ ପଦ ଛାଡ଼ିବା ପାଇଁ ଚାହୁଁଥିବା ବ୍ରିଗେଡିୟର ବିଡି ମିଶ୍ରାଙ୍କ ଆବେଦନକୁ ମଧ୍ୟ ରାଷ୍ଟ୍ରପତି ଗ୍ରହଣ କରି ନେଇଛନ୍ତି। ତାଙ୍କ ସ୍ଥାନରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କୋଭିନ୍ଦର ଗୁପ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା ବ୍ୟକ୍ତିବିଶଷମାନେ ଦାୟିତ୍ୱ ନେବା ଠାରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ ବୋଲି ମଧ୍ୟ ବିବୃତିରେ କୁହାଯାଇଛି।

Advertisment

ଗୋଆର ରାଜ୍ୟପାଳ ହୋଇଥିବା ଗଜପତି ରାଜୁ ଏକଦା ବିଜେପି ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୧୪ରୁ ୨୦୧୮ ଯାଏ ଦେଶର ବୈଦେଶିକ ମନ୍ତ୍ରୀ ରହିଥିଲେ। ସେହିପରି କୋଭିନ୍ଦର ଜଣେ ବିଜେପି ନେତା ହୋଇଥିବା ବେଳେ ଏକାଦା ସେ ଜମ୍ମୁ-କଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ଏବେ ସେ ଲଦାଖର ଉପ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe