Advertisment

କରୋନା ଆତଙ୍କ: ୧୦ ଏବଂ ୧୧ରେ ଦେଶର ଡାକ୍ତରଖାନାଗୁଡ଼ିକରେ ହେବ ମକଡ୍ରିଲ

ଦେଶରେ ପୁଣି ଫଁ ଦେଖାଇଲାଣି କରୋନା

Covid19

Covid19

Advertisment

ଦେଶରେ ପୁଣି ଫଁ ଦେଖାଇଲାଣି କରୋନା । ଲଗାତାର ଭାବେ କରୋନା ଟ୍ରେଣ୍ଡ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫,୩୫୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୫,୩୫୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୫୬,୫୧୬ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପୁଣି ଥରେ କଠୋର ନିୟମ ଘୋଷଣା କରୁଛନ୍ତି। ଚଳିତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବା ପରେ ରାଜ୍ୟମାନଙ୍କୁ ସତର୍କ ରହିବାକୁ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏପ୍ରିଲ ୧୦ ଏବଂ ୧୧ ରେ ଦେଶର ଡାକ୍ତରଖାନାଗୁଡ଼ିକରେ ପ୍ରସ୍ତୁତିର ଆକଳନ କରିବାକୁ ମକ ଡ୍ରିଲ କରିବାକୁ ଘୋଷଣା କରିଛି।

Advertisment

ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହରିୟାଣା, କେରଳ ଏବଂ ପୁଡୁଚେରୀ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ହରିୟାଣା ସରକାରଙ୍କ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କରୋନା ରୋକିବା ପାଇଁ ଆବଶ୍ୟକ ନିୟମ ମାନିବାକୁ ସରକାର ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ଏହାକୁ ତଦାରଖ କରିବାକୁ ସରକାର ଜିଲା ଓ ପଞ୍ଚାୟତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଗର୍ଭବତୀ ମହିଳା, ବରିଷ୍ଠନାଗରିକ ଏବଂ ଶାରୀରିକ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ପାଇଁ କେରଳ ସରକାର ମଧ୍ୟ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତିର ଆକଳନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି ଯେ କୋଭିଡ ସମ୍ବନ୍ଧୀୟ ଅଧିକାଂଶ ମୃତ୍ୟୁ ୬୦ ବର୍ଷରୁ ଅଧିକ ବୟସରେ ଏବଂ ମଧୁମେହ ଭଳି ସମସ୍ୟାରେ ପୀଡିତଙ୍କ କ୍ଷେତ୍ରରେ ଦେଖାଯାଉଛି। ଅମ୍ଳଜାନର ଉପଲବ୍ଧତା ନିଶ୍ଚିତ କରିବାକୁ ଜର୍ଜ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଖୁବ ଶୀଘ୍ର ଘରୋଇ ଡାକ୍ତରଖାନାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି।

Advertisment

ଏହା ବ୍ୟତୀତ ପୁଡୁଚେରୀ ପ୍ରଶାସନ ମଧ୍ୟ କଡା ପଦକ୍ଷେପ ଆରମ୍ଭ କରିଛି। ପୁଡୁଚେରୀ ପ୍ରଶାସନ ତୁରନ୍ତ ପ୍ରଭାବ ସହିତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଡାକ୍ତରଖାନା, ହୋଟେଲ, ରେଷ୍ଟୁରାଣ୍ଟ, ମଦ ଦୋକାନ, ଆତିଥ୍ୟତା ପ୍ରଦାନ କାରୀ ସଂସ୍ଥା, ମନୋରଞ୍ଜନ କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ଏବଂ ବାଣିଜି୍ୟକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe