Advertisment

ନଡ଼ା ଜାଳିଲେ କୃଷକ, ନିଲମ୍ବିତ ହେଲେ ୨୪ ଅଫିସର୍‌

ନିକଟରେ ନଡ଼ା ଜାଳିବା ଅଭିଯୋଗରେ ୧୮ ଜଣ କୃଷକଙ୍କୁ ଗିରଫ କରାଯାଇଥିଲା।

author-image
Madhupriya Mistry
Stubble Burning

Stubble Burning

ନଡ଼ା ଜାଳିଲେ କୃଷକ। ନିଲମ୍ବିତ ହୋଇଗଲେ ଅଫିସର୍‌। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୪ ଅଧିକାରୀଙ୍କୁ କରାଗଲା ସସ୍‌ପେଣ୍ଡ। ଏଭଳି କିଛି ଆକ୍ସନ ନେଇଛନ୍ତି ହରିୟାଣା ସରକାର।

Advertisment

ଦିନକୁ ଦିନ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଏଥିପାଇଁ ପ୍ରତିବର୍ଷ ହରିୟାଣାକୁ ମଖ୍ୟତଃ ଦାୟୀ କରାଯାଉଛି। କାରଣ ଅକ୍ଟୋବର ଓ ନଭେମ୍ବର ମାସରେ ଏଠାରେ ଚାଷୀ ଫସଲ କଟାଯିବା ପରେ ନଡ଼ା ଜାଳନ୍ତି। ଏଥିଯୋଗୁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ମାତ୍ରା ବଢ଼େ। ଏବେ ଏହାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି ହରିୟାଣାର ସୈନି ସରକାର। ନଡ଼ା ଜାଳିକା ଘଟଣାକୁ ସେ ଗୁରୁତର ଭାବେ ନେଇଛନ୍ତି। ଏହି ମାମଲାରେ ୨୪ ଜଣ ଅଫିସରଙ୍କୁ ନିଳମ୍ବିତ କରାଯାଇଛି।

ଏ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳରେ କୃଷକଙ୍କ ନଡ଼ା ଜାଳିବା ଉପରେ ରୋକ୍‌ ଲଗାଇବାରେ ଅକ୍ଷମ ଥିଲେ। ତେଣୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ହରିୟାଣା କୃଷି ବିଭାଗ ଏମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଏହା ବ୍ୟତୀତ ନିକଟରେ କ୍ୟାଥଲ ଅଞ୍ଚଳରେ ନଡ଼ା ଜାଳିବା ଅଭିଯୋଗରେ ୧୮ ଜଣ କୃଷକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ଏମାନେଙ୍କୁ ଜାମିନରେ ମୁକ୍ତ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ପାନିପତ, ଯମୁନାଗର ଏବଂ ଅମ୍ବାଲା ସମେତ ଅନ୍ୟ କେତେକ ଜିଲ୍ଲାରେ ନଡ଼ା ଜଳିବା ନେଇ ୧୦୦ରୁ ଅଧିକ କୃଷକଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ହୋଇଛି। ସେପଟେ ହରିୟାଣାର ମୁଖ୍ୟ ଶାସନ ସଚିବ ଟିଭିଏସ୍ଏନ୍ ପ୍ରସାଦ ରବିବାର ରାଜ୍ୟରେ ନଡ଼ା ଜାଳିବା ଉପରେ ପ୍ରଭାବିତ ରୂପେ ରୋକ୍‌ ଲଗାଇବାକୁ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁ ଯେ, ବୁଧବାର ସୁପ୍ରିମକୋର୍ଟ ନଡ଼ା ଜାଳିବା ମାମଲରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁ ହରିୟାଣା ଓ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଥିଲେ।

Haryana News Delhi Air Pollution Stubble Burning