Advertisment

ହରିୟାଣା ଓ ଜମ୍ମୁ କଶ୍ମୀରରେ କିଏ ଗଢ଼ିବ ସରକାର, ଆଜି ଆସିବ ରାୟ

ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ ତା’ ଉପରୁ ହଟିବ ପରଦା । ସେହିପରି ଜମ୍ମୁ କାଶ୍ମୀରବାସୀ କାହା ସପକ୍ଷରେ ଦେବେ ଜନାଦେଶ ତା’ ଉପରେ ରହିଛି ସାରା ଦେଶର ନଜର।

author-image
Niharika Rout
ଅଦ୍ୟତନ ହୋଇଛି
Counting

Counting

ଆଜି ଆସିବ ହରିୟାଣା ଓ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟରେ କିଏ ଗଢିବ ସରକାର । ହରିୟାଣାରେ ହାଟ୍ରିକ୍ ମାରିବ ବିଜେପି ନା କମ୍ବ୍ୟାକ୍ କରିବ କଂଗ୍ରେସ ତା’ ଉପରୁ ହଟିବ ପରଦା । ସେହିପରି ଜମ୍ମୁ କାଶ୍ମୀରବାସୀ କାହା ସପକ୍ଷରେ ଦେବେ ଜନାଦେଶ ତା’ ଉପରେ ରହିଛି ସାରା ଦେଶର ନଜର।

Advertisment

ବୁଥ୍ ବାହୁଡା ଜନମତ ସର୍ଭେରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଉଭୟ ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବା ସହ ବିଜେପି ପଛରେ ରହିବା ନେଇ ଏକାଧିକ ସଂସ୍ଥା ପୂର୍ବାନୁମାନ କରିଛନ୍ତି । 

ଆଜି ସକାଳ ୮ ଟାରୁ ଆରମ୍ଭ ହେଉଥିବା ଭୋଟ୍ ଗଣତି ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଗତ ଲୋକସଭା ନିର୍ବାଚନ ପରେ ଏହା ଦେଶର ପ୍ରଥମ ବିଧାନସଭା ଫାଇଟ୍। ସେ ଦୃଷ୍ଟିରୁ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଦଳଙ୍କ ଗୁରୁତ୍ୱ ବଢ଼ିଛି। ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।  

Advertisment

ବିଜେପି ହରିୟାଣାରେ ଲଗାତର ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିବା ନେଇ ଆଶା ରଖିଛି। ତେବେ ନାୟବ ସିଂ ସାଇନିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ସରକାର ବିରୋଧୀ ଆଭିମୁଖ୍ୟ ଭୋଟକୁ ପ୍ରଭାବିତ କରିଥିବାରୁ ଦଳ ହାତରୁ କ୍ଷମତା ଚାଲିଯାଇପାରେ ବୋଲି ଆଶଙ୍କା କରାଯାଉଛି।

କାରଣ ନିର୍ବାଚନ ପରେ ଅଧିକାଂଶ ବୁଥ ବାହୁଡ଼ା ମତ କଂଗ୍ରେସ ସପକ୍ଷରେ ଯାଇଛି। କଂଗ୍ରେସ ଏଠି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ନେଇ ପୂର୍ବାନୁମାନ କରିଛନ୍ତି ବିଭିନ୍ନ ସଂସ୍ଥା। ଅନ୍ୟପଟେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରୁ ଦୂରେଇ ରହିବା ପରେ କଂଗ୍ରେସ ଏଠି କ୍ଷମତାକୁ ଫେରିବା ନେଇ ଢେର ଆଶାବାଦୀ ରହିଛି।

ସେପଟେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହୋଇଥିବା ଐତିହାସିକ ବିଧାନସଭା ନିର୍ବଚନ ଫଳାଫଳକୁ ନେଇ ଆଶାବାଦୀ ବିଜେପି ଓ କଂଗ୍ରେସ ସମେତ, ପିଡିପି ଓ ଏନସିପି ଭଳି ସମସ୍ତ ଦଳ। ତେବେ ଏଠି ଝୁଲା ବିଧାନସଭା ହେବା ନେଇ ପୂର୍ବାନୁମାନ କରିଛନ୍ତି ବିଭିନ୍ନ ବୁଥ୍ ବାହୁଡ଼ା ମତ ସଂଗ୍ରହ କରିଥିବା ସଂସ୍ଥା।

ଗତ ସାଧାରଣ ନିର୍ବାଚନ ପରେ ଦୁଇ ରାଜ୍ୟର ଫଳାଫଳ ଉପରେ ସାରା ଦେଶର ନଜର ରହିଛି। ସେପଟେ ସକାଳ ୮ଟାରୁ ଆରମ୍ଭ ହେଉଥିବା ଏହି ଭୋଟ୍ ଗଣତି ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ଗତ ଲୋକସଭା ନିର୍ବାଚନ ପରେ ଏହା ଦେଶର ପ୍ରଥମ ବିଧାନସଭା ଫାଇଟ୍। ସେ ଦୃଷ୍ଟିରୁ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ରାଜନୈତି ଦଳଙ୍କ ଗୁରୁତ୍ୱ ବଢ଼ିଛି।

Jammu Kashmir Election Haryana News