Advertisment

ଚଳନ୍ତା ବସ୍‌ରେ ଲାଗିଲା ନିଆଁ; ୮ ଜୀବନ୍ତ ଦଗ୍ଧ, ୨୪ ଗୁରୁତର

ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି।

Fire in Bus

Fire in Bus

Advertisment

ହରିୟାଣାର ନୁହରେ ଗତ ରାତିରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

୬୦ ଯାତ୍ରୀଙ୍କୁ ଧରି ବସ୍‌ଟି ଯାଉଥିବା ବେଳେ ନୁହର ତାବଡ ଉପମଣ୍ଡଳ ସୀମାରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା। ଗତ ରାତି ପ୍ରାୟ ଦେଢଟା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ବସ୍‌ରେ ଥିବା ଅଧିକାଂଶ ଲୋକ ଧାର୍ମିକ ସ୍ଥଳ ଦର୍ଶନ ସାରି ଫେରୁଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଦୁର୍ଘଟଣାରେ ମୃତକମାନେ ପଞ୍ଜାବ ଓ ଚଣ୍ଡିଗଡ଼ର ବାସିନ୍ଦା ବୋଲି ଜଣାଯାଇଛି। ସେମାନେ ବୃନ୍ଦାବନ ଓ ମଥୁରାରୁ ଦର୍ଶନ ସାରି ଫେରୁଥିଲେ।

Advertisment

ବସ୍‌ରେ ଥିବା ଯାତ୍ରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ନିକଟ ସମ୍ପର୍କୀୟ ହୋଇଥିବା ବେଳେ ବନାରସ ଓ ମଥୁରା, ବୃନ୍ଦାବନ ଦର୍ଶନ ନିମନ୍ତେ ଯାଇଥିଲେ। ବସ୍‌ରେ ୬୦ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ। ସେଠାରୁ ଦର୍ଶନ ସାରି ଗତ ରାତିରେ ସେମାନେ ଫେରୁଥିବା ବେଳେ ବାଟରେ ଏହି ଅଘଟଣ ଘଟିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ବସ୍‌ ଚାଳକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିବା ବେଳେ ବସ୍‌ଟି ଦ୍ରୁତ ଗତିରେ ଚାଲି ଯାଇଥିଲା। ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା। ଏଥିସହ ଖବର ପାଇ ମଧ୍ୟ ଅଗ୍ନିଶମ କର୍ମଚାରୀ ବିଳମ୍ବରେ ପହଞ୍ଚିବାରୁ ମୃତକଙ୍କ ସଂଖ୍ୟା ବଢ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Haryana News Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe