Advertisment

ହରିୟାଣା ପୁଲିସକୁ ମିଳିବ ‘ରାଷ୍ଟ୍ରପତି କଲର’ ସମ୍ମାନ

ସରକାରୀ ବିବୃତ୍ତିରେ ଏହା କୁହାଯାଇଛି।

author-image
Tapas Behera
undefined

President of india

ଜନତାଙ୍କ ଲାଗି ଉଲ୍ଲେଖନୀୟ ସେବା ପାଇଁ ଅସନ୍ତା ଫେବୃଆରୀ ୧୪ରେ ହରିୟାଣା ପୁଲିସକୁ ‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ କରାଯିବ। ଶୁକ୍ରବାର ଏକ ସରକାରୀ ବିବୃତ୍ତିରେ ଏହା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେବେ। ଏହି ସମାରୋହରେ ମୁଖ୍ୟ ଅତିଥି ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିୟାଣାର ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ନିରନ୍ତର ପ୍ରତିବଦ୍ଧତା ପାଇଁ ହରିୟାଣା ପୁଲିସକୁ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ଏକ ଆନୁଷ୍ଠାନିକ ପରେଡ ପ୍ରଦର୍ଶିତ ହେବ।

Advertisment

ଏଥିରେ ପୁଲିସ କର୍ମଚାରୀମାନେ ବିଭିନ୍ନ କଳାକୌଶଳରେ ମାର୍ଚ୍ଚଫାଷ୍ଟ କରିବେ। କାର୍ଯ୍ୟକ୍ଷେତ୍ରରେ ଅଦ୍ଭୁତ ପାରଦର୍ଶିତା ଦେଖାଇଥିବା ଏବଂ ମାନବିକ ସମ୍ମାନ ପାଇଁ ହରିୟାଣା ପୁଲିସକୁ ରାଷ୍ଟ୍ରପତି ସମ୍ମାନିତ କରିବେ। ଏହି ସମ୍ମାନ ପୁଲିସର କେବଳ ମନୋବଳ ବଢ଼ାଇବ ନାହିଁ ବରଂ ରାଜ୍ୟବାସୀଙ୍କ ନିକଟରେ ନିଜକୁ ସେବା କରିବା ବଦଳରେ ମିଳିଥିବା ଭଲପାଇବାର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବାରେ ସାହାଯ୍ୟ କରିବ ବୋଲି ହରିୟାଣା ପୁଲିସ ମହାନିର୍ଦ୍ଦେଶକ ପି.କେ ଅଗ୍ରୱାଲ କହିଛନ୍ତି।

ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର। ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇ ଥାଏ। ଦେଶ ମାତୃକାର ସେବା ଲାଗି ତ୍ୟାଗ, ବଳୀଦାନ ଓ ପରାକ୍ରମ ପାଇଁ ଭାରତୀୟ ସେନାକୁ ଏହି ସମ୍ମାନ ମିଳିଥାଏ।

Advertisment