Advertisment

ନାୟବ ସିଂହ ହୋଇପାରନ୍ତି ହରିଆଣା ମୁଖ୍ୟମନ୍ତ୍ରୀ

ନାୟବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି।

ଅଦ୍ୟତନ ହୋଇଛି
nayab_singh_saini

nayab_singh_saini

Advertisment

ହରିଆଣାରେ ଜାରି ରହିଛି ରାଜନୈତିକ ଅସ୍ଥିରତା। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। ତାଙ୍କ ସହ ପୂରା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇଛି। ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଆସନ ଛାଡିବା ପରେ ନାୟବ ସିଂହ ସୌନି ଏହି ଆସନରେ ବସି ପାରନ୍ତି। ସେ ହରିଆଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।

Advertisment

ନାୟବ ସିଂହ ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ। ଏହା ବ୍ୟତୀତ ତାଙ୍କର ରାଜନୀତିରେ ଅନେକ ଅଭିଜ୍ଞତା ମଧ୍ୟ ଅଛି। ନାୟବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରରୁ ବିଜେପି ଏମ୍‌ପି ମଧ୍ୟ ଅଟନ୍ତି। ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି। ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ।

ସେ ହରିଆଣା ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି। ସେହିପରି ତାଙ୍କ ପଛକୁ ଅଛନ୍ତି କରନାଲ ପାନିପତରୁ ସାଂସଦ ଥିବା ସଞ୍ଜୟ ଭାଟିଆ। ଏହା ବ୍ୟତୀତ ଅନିଲ ବିଜ ମଧ୍ୟ ଏହି ରେସ୍‌ରେ ସାମିଲ ଅଛନ୍ତି। କୁହାଯାଉଛି ଯେ, ମନୋହର ଲାଲ ଖଟ୍ଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ରାଜଭବନ ଯାଉଥିବା ବେଳେ ଅନିଲ ବିଜ ମଧ୍ୟ ତାଙ୍କ ସହ ଗାଡିରେ ଥିଲେ।

Advertisment

ବର୍ତ୍ତମାନ ଚଣ୍ଡିଗଡରେ ମୁଖ୍ୟମନ୍ତ୍ରୀ ବାସଭବନରେ ବିଜେପି ବିଧାନସଭା ପାର୍ଟିର ବୈଠକ ଚାଲିଛି। ଏହି ବୈଠକରେ ନାୟବ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି। ସେପଟେ ଇସ୍ତଫା ଦେବା ପରେ ଶିକ୍ଷାମନ୍ତ୍ରୀ କଂବରପାଲ ଗୁର୍ଜର କହିଛନ୍ତି, ବର୍ତ୍ତମାନ ମନୋହର ଲାଲ ଖଟ୍ଟର ହିଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମୂଲଚାନ୍ଦ ମଧ୍ୟ ସମାନ କଥା କହିଛନ୍ତି।

Bjp Manohar Lal Khattar Resigns Haryana Political Crisis Nayab Singh Saini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe