Advertisment

ହରିୟାଣା ରେଜଲ୍ଟ: ଲଡବାରୁ ନାୟବ ସିଂହ ଓ ଜୁଲାନାରୁ ଭିନେଶ ଫୋଗାଟ ଆଗୁଆ

ହରିୟାଣା ବିଧାନସଭାର ସମସ୍ତ ୯୦ଟି ଆସନରୁ କଂଗ୍ରେସ + ୭୧ ଟି ସିଟ୍‌ ଆଗୁଆ ରହିଛି।

Nayab Singh and Vinesh Fogat

Nayab Singh and Vinesh Fogat

Advertisment

ହରିୟାଣାର ୯୦ଟି ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଗୁଆ ଅଛନ୍ତି। ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

Advertisment

ସେହିପରି ଜୁଲାନା ଆସନରୁ ଷ୍ଟାର୍‌ ଆଥଲେଟ୍‌ ଭିନେଶ ଫୋଗାଟ ଆଗୁଆ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ସେ ଭାରତ ଫେରିଥିଲେ। ଏହାପରେ ସେ କୁସ୍ତି ମୈଦାନରୁ ରାଜନୀତି ମୈଦାନକୁ ଏଣ୍ଟ୍ରି ମାରିଥିଲେ। ଏହାପରେ କଂଗ୍ରେସ ତାଙ୍କୁ ଜୁଲାନାରୁ ପ୍ରାର୍ଥୀ କରିଥିଲା।

ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ହିସାରରୁ, ସ୍ୱାଧୀନ ପ୍ରାର୍ଥୀ ରାଜେଶ ଜୁନ୍ ବାହାଦୂରଗଡରୁ ଆଗୁଆ ଅଛନ୍ତି। ବଦଲି ଆସନରୁ ବିଜେପିର ଓପି ଧନଖଡ଼, କଂଗ୍ରେସର ରଘୁବୀର କାଦନ ବେରୀରୁ ଆଗୁଆ ଅଛନ୍ତି। ଯମୁନନଗରରୁ ବିଜେପିର ରମଣ ତ୍ୟାଗି ଆଗୁଆ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ରାକେଶ କାମ୍ବୋଜ ଇନ୍ଦ୍ରିରୁ ଆଗୁଆ ଅଛନ୍ତି। କଂଗ୍ରେସର ମନଦୀପ ସିଂ ପେହୋୱା ଏବଂ ବିଜେପିର ପ୍ରମୋଦ ବିଜୟ ପାନିପାତ ସିଟିରୁ ଆଗୁଆ ଅଛନ୍ତି।

Advertisment

ହରିୟାଣା ବିଧାନସଭାର ସମସ୍ତ ୯୦ଟି ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି। କଂଗ୍ରେସ + ୭୧ ଟି ଆସନରେ ଆଗରେ ରହିଛି। ବିଜେପି + ୧୫ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୪ଟି ସିଟରେ ଆଗରେ ଅଛନ୍ତି।

Vinesh Phogat Nayab Singh Saini Haryana Election Poll Result Assembly Election Result 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe