Advertisment

ହରିୟାଣାରୁ ଆସିଲା ପ୍ରଥମ ରେଜଲ୍ଟ, ନୁହ ଆସନ ହାତେଇଲା କଂଗ୍ରେସ

ସେହିପରି ଇସରାନା ଆସନରୁ ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପଓ୍ୱାର ବିଜୟୀ ହୋଇଛନ୍ତି।

ଅଦ୍ୟତନ ହୋଇଛି
Aftab Ahmed

Aftab Ahmed

Advertisment

ହରିୟାଣାରେ ଜାରି ରହିଛି ବିଧାନସଭା ନିର୍ବାଚନର ଭୋଟ୍ ଗଣତି। ଏହାରି ଭିତରେ ଆସିଛି ପ୍ରଥମ ରେଜଲ୍ଟ। କଂଗ୍ରେସ ପକ୍ଷରେ ଆସିଛି ପ୍ରଥମ ଫଳାଫଳ। ନୁହ ବିଧାନସଭା ଆସନ ହାତେଇଛି କଂଗ୍ରେସ। ନୁହର କଂଗ୍ରେସ ପ୍ରାର୍ଥୀ ଅଫତାବ ଅହମ୍ମଦ ବିଜୟୀ ହୋଇଛନ୍ତି।

Advertisment

ସେ ପ୍ରାୟ ୯୧୮୩୩ ଭେଟ୍‌ ହାତେଇଛନ୍ତି। ସେ ଇନେଲୋର ତାହିର ହୁସେନଙ୍କୁ ୪୬୯୬୩ ଭୋଟ୍‌ରେ ହରାଇଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଅଫତାବ ଅହମ୍ମଦ ବିଜୟ ହାସଲ କରିଥିଲେ। ତାଙ୍କୁ ସେତେବେଳେ ୫୨,୩୧୧ ଭୋଟ୍‌ ମିଳିଥିଲା। 

ସେହିପରି ଇସରାନା ଆସନରୁ ମଧ୍ୟ ରେଜଲ୍ଟ ଘୋଷଣା ହୋଇଛି। ଏହି ଅସନରୁ ବିଜେପି ପ୍ରାର୍ଥୀ କୃଷ୍ଣ ଲାଲ ପଓ୍ୱାର ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ବଲବୀର ବାଲ୍ମିକୀଙ୍କୁ ହରାଇଛନ୍ତି। 

Advertisment
Haryana Election Result Haryana Assembly Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe