Advertisment

ହରିୟାଣା ସରକାରଙ୍କୁ ଝଟକା, ୭୫% ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କଲେ କୋର୍ଟ

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାଜ୍ୟ ସରକାରଙ୍କ ୭୫% ସଂରକ୍ଷଣ ବ୍ୟବସ୍ଥାକୁ ଅସାମ୍ବିଧାନିକ ବୋଲି ମଧ୍ୟ କହିଛନ୍ତି।

Punjab

Punjab

Advertisment

ହରିୟାଣାର କ୍ଷମତାସୀନ ବିଜେପି ସରକାରକୁ ଶକ୍ତ ଝଟକା ଲାଗିଛି। ଘରୋଇ କ୍ଷେତ୍ରର ଚାକିରିରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫% ଆସନ ସଂରକ୍ଷଣ କରି ରଖିବା ପାଇଁ ସରକାର ପ୍ରଣୟନ କରିଥିବା ଆଇନ ଆଜି ରଦ୍ଦ ହୋଇଛି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାଜ୍ୟ ସରକାରଙ୍କ ୭୫% ସଂରକ୍ଷଣ ବ୍ୟବସ୍ଥାକୁ ଅସାମ୍ବିଧାନିକ ବୋଲି ମଧ୍ୟ କହିଛନ୍ତି।

Advertisment

ଜଷ୍ଟିସ ଜିଏସ ସାନ୍ଧାୱାଲିଆ ଓ ଜଷ୍ଟିସ ହରପ୍ରୀତ କୌର ଜୀୱାନଙ୍କୁ ନେଇ ଗଠିତ ଡିଭିଜିନ ବେଞ୍ଚ କହିଛନ୍ତି ଯେ ହରିୟାଣା ଷ୍ଟେଟ ଏମ୍ପଲୟମେଣ୍ଟ ଅଫ ଲୋକାଲ କ୍ୟାଣ୍ଡିଡେଟ ଆଇନ ୨୦୨୦ ରାଜ୍ୟର ଆଇନ ପ୍ରାଧିକରଣକୁ ଅତିକ୍ରମ କରୁଛି। ଏହା ସମ୍ବିଧାନର ଭାଗ ୩ର ମଧ୍ୟ ଉଲ୍ଲଙ୍ଘନ କରୁଛି। ତେଣୁ ଉକ୍ତ ଆଇନ ଅସାମ୍ବିଧାନକ ବୋଲି ଡିଭିଜନ ବେଞ୍ଚ କହିଛନ୍ତି।

୨୦୨୧ରେ ରାଜ୍ୟ ବିଧାନସଭାରେ ଲୋକାଲ କ୍ୟାଣ୍ଡିଡେଟ ଆଇନ ପାସ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ଘରୋଇ କମ୍ପାନୀଗୁଡ଼ିକ ସେମାନଙ୍କ ମୋଟ ପଦବୀର ୭୫% ଆସନ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ସଂରକ୍ଷଣ କରି ରଖିବେ। ସ୍ଥାନୀୟ ଲୋକଙ୍କୁ ଅଧିକ ମାତ୍ରରେ ନିଯୁକ୍ତି ଦେବା ପାଇଁ ସରକାର ଏପରି ବ୍ୟବସ୍ଥା କରିଥିଲେ।

Advertisment

ଯେଉଁ ଘରୋଇ ସଂସ୍ଥାରେ ୧୦ କିମ୍ବା ତା’ ଠାରୁ ଅଧିକ କର୍ମଚାରୀ ରହିଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସରକାର କହିଥିଲେ। କିନ୍ତୁ ଏହାକୁ ହରିୟାଣା ଇଣ୍ଡଷ୍ଟ୍ରୀଜ ଆସୋସିଏସନ, ଫରିଦାବାଦ ଇଣ୍ଡଷ୍ଟ୍ରୀଜ ଆସୋସିଏସନ ଓ ଅନ୍ୟ କିଛି ସଂସ୍ଥା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫଳରେ ୨୦୨୨ ଫେବୃଆରୀରୁ ଏହି ଆଇନ ଉପରେ ରୋକ ଲାଗିଥିଲା। ଏବେ ହାଇକୋର୍ଟ ଏହି ଆଇନକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରି ଦେଇଛନ୍ତି।

Punjab Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe