Advertisment

ନମାଜ ପାଠ ବେଳେ ମସଜିଦ୍‌ ଉପରେ ଅତର୍କିତ ଆକ୍ରମଣ

ସାନ୍ଦଲକଲା ଗାଁରେ ଏକ ମସଜିଦ୍‌ ଥିବା ବେଳେ ସେଠାରେ ମୁସଲିମ ସମ୍ପ୍ରଦାୟ ଲୋକେ ନମାଜ ପାଠ କରିଥାନ୍ତି। ଗତକାଲି ରାତିରେ ବହୁ ଲୋକେ ନମାଜ ପାଠ ନିମନ୍ତେ ଏକତ୍ରିତ ହୋଇଥିଲେ।

Attack

Attack

Advertisment

ନମାଜ ପାଠ ଚାଲିଥିବା ବେଳେ ମସଜିଦ୍‌ ଉପରେ ଆକ୍ରମଣ। ମାରଣାସ୍ତ୍ରରେ ସଜ୍ଜିତ ପ୍ରାୟ ୧୫ରୁ ୨୦ ଜଣ ଅତର୍କିତ ଭାବେ ମସଜିଦ୍‌ରେ ପଶି ନଜାମ ପାଠ କରୁଥିବା ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବହୁ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଘଟଣା ଗତକାଲି ରାତିରେ ହରିୟାଣାର ସୋନିପତର ସାନ୍ଦଲକଲା ଗାଁର ଏକ ମସଜିଦରେ ଘଟିଛି।

Advertisment

ସାନ୍ଦଲକଲା ଗାଁରେ ଏକ ମସଜିଦ୍‌ ଥିବା ବେଳେ ସେଠାରେ ମୁସଲିମ ସମ୍ପ୍ରଦାୟ ଲୋକେ ନମାଜ ପାଠ କରିଥାନ୍ତି। ଗତକାଲି ରାତିରେ ବହୁ ମୁସଲିମ୍‌ ସମ୍ପ୍ରଦାୟ ଲୋକେ ନମାଜ ପାଠ ନିମନ୍ତେ ଉକ୍ତ ମସଜିଦ୍‌ରେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଅତର୍କିତ ଭାବେ ପ୍ରାୟ ୨୦ ଜଣ ପାଖାପାଖି ଯୁବକ ମାରଣାସ୍ତ୍ର ଧରି ମସଜିଦରେ ପଶିଥିଲେ। ସେମାନେ ନମାଜ ପାଠ କରୁଥିବା ମୁସଲିମଙ୍କ ଉପରେ ଆକ୍ରମଣ କରିବା ସହ ମସଜିଦରେ ବି ଭଙ୍ଗାରୁଜା କରିଥିଲେ।

ଏପରି ଅତର୍କିତ ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ମୁସଲିମ ସମ୍ପ୍ରଦାୟ ଲୋକେ ଇତସ୍ତତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଆକ୍ରମଣରେ ଗାଁର କିଛି ଯୁବକ ସାମିଲ ଥିବା ଅନୁମାନ କରାଯାଉଛି। ତେବେ ଆକ୍ରମଣର କାରଣ ଜଣାପଡ଼ିନି । କିଛି ଆକ୍ରମଣକାରୀଙ୍କ ଚେହେରା ସିସିଟିଭିରେ ଏକଦ ହୋଇଥିବା ବେଳେ ପୁଲିସ୍‌ ସେମାନଙ୍କ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ଓ ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ହୋଇଛି।

Minor Attacked
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe