Advertisment

ବଢ଼ୁଛି ରାଜଧାନୀରେ ପ୍ରଦୂଷଣ, ନଡ଼ା ଜାଳି ୧୪ କୃଷକ ଗିରଫ

ପ୍ରତିବର୍ଷ ପଡୋଶୀ ରାଜ୍ୟ ହରିୟାଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହୋଇ ଆସୁଛି। ଏହାରି ଭିତରେ ଆକ୍ସନ ମୁଡ଼କୁ ଆସିଛନ୍ତି ସରକାର।

author-image
Madhupriya Mistry
Stubble Burning

Stubble Burning

ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ। ବିଷାକ୍ତ ହେବାରେ ଲାଗିଛି ବାୟୁ। ପ୍ରତିବର୍ଷ ପଡୋଶୀ ରାଜ୍ୟ ହରିୟାଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହୋଇ ଆସୁଛି। ଏହାରି ଭିତରେ ଆକ୍ସନ ମୁଡ଼କୁ ଆସିଛନ୍ତି ସରକାର। ନାଡ଼ା ଜାଳିବା ଅଭିଯୋଗରେ ୧୪ କୃଷକ ଗିରଫ ହୋଇଛନ୍ତି।

Advertisment

ହରିୟାଣାର କ୍ୟାଥଲ ଜିଲ୍ଲାରେ ପରାଲି ତଥା ନଡ଼ା ଜାଳିବା ମାମଲାରେ ୧୪ କୃଷକ ଗିରଫ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ପୁଲିସ ଅଧିକାରୀଙ୍କ କହିବା ମୁତାବକ, ନଡ଼ା ଜାଳିବା ଉପରେ ରୋକ ଲଗାଯାଇଥିଲେ ସୁଦ୍ଧା କିଛି କୃଷକ ଏହାକୁ ମାନି ନଥିଲେ। ତେଣୁ ଏହି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ପରେ ଏମାନଙ୍କୁ ଜାମିନରେ ଛାଡି ଦିଆଯାଇଥିବା ସୂଚନା ମିଳିଛି। କ୍ୟାଥଲରେ ପ୍ରାୟ ୧୨୩ କୃଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ୁଥିବା ନେଇ ଅଭିଯୋଗ ହୁଏ। ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଥିର ମଧ୍ୟ ଏହି ମାମଲା ସୁପ୍ରିମକୋର୍ଟ ଯାଏ ପହଞ୍ଚିଛି। ହରିୟାଣା, ଦିଲ୍ଲୀ ଓ ପଞ୍ଜାବକୁ କୋର୍ଟ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Haryana Police Delhi Air Pollution Farmer Arrest