Advertisment

'ବନ୍ଧୁକ ମୁନରେ ମୋ ସହ ଦୁଷ୍କର୍ମ କରିଛନ୍ତି ପ୍ରଜ୍ଜ୍ୱଳ'

ପ୍ରଜ୍ଜ୍ୱଳଙ୍କ ବିରୋଧରେ ଜେଡିଏସ୍‌ର ଜଣେ କର୍ମୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

Prajwala Rape Alligation

Prajwala Rape Alligation

Advertisment

ଅଶ୍ଳୀଳ ଭିଡିଓ ମାମଲାରେ ଫଶି ଥିବା ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଦିନ କୁ ଦିନକୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା। ତାଙ୍କ ବିରୋଧରେ ଜେଡିଏସ୍‌ର ଜଣେ କର୍ମୀ ଏବେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବନ୍ଧୁକ ମୁନରେ ଜେଡିଏସ୍‌ ସାଂସଦ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ସେ ଏହା ଭିଡିଓ ମଧ୍ୟ ତିଆରି କରିଥିବା କର୍ମୀ କହିଛନ୍ତି।

Advertisment

ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ବିଭାଗ (ସିଆଇଡି) ପାର୍ଟି କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତି କରି ଦୁଷ୍କର୍ମ ମାମଲା ରୁଜୁ କରିଛି। ଦୁଷ୍କର୍ମ ବ୍ୟତୀତ ତାଙ୍କ ବିରୋଧରେ ଅଭିଯୋଗକାରୀଙ୍କୁ ଧମକ ଦେଇ ଭିଡିଓ ଉତ୍ତୋଳନ କରିବା ଓ ଫଟୋ ଉଠାଇବା ଅଭିଯୋଗ ବି ରହିଛି।

ମହିଳାଙ୍କ ଅଭିଯୋଗ ମୁତାବକ, ପ୍ରଜ୍ଜ୍ୱଳ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଏହା ପରେ ବନ୍ଧୁକ ମୁନରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ ମୋବାଇଲ୍‌ ଫୋନ୍‌ରେ ଏହାର ଭିଡିଓ ସୁଟ୍‌ ମଧ୍ୟ କରିଥିଲେ। ସେ କହିଛନ୍ତି ଯେ ପ୍ରଜ୍ଜ୍ୱଳ ତାଙ୍କୁ ସାଂସଦ କ୍ୱାର୍ଟରକୁ ନେଇ ଯାଇଥିଲେ। ଯେଉଁଠାରେ ସେ ବନ୍ଧୁକ ମୁନରେ ଅପରାଧ କରିଥିଲେ। ଏ ବିଷୟ କାହାକୁ ଜଣାଇଲେ ସେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ।

Advertisment

ସେ ଆହୁରି କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ତାଙ୍କୁକ ସହ ସହଯୋଗ କରିବାକୁ ବାଧ୍ୟ କରିଥିଲେ। ଯଦି ସେ ସହଯୋଗ ନକରନ୍ତି ତେବେ ତାଙ୍କ ଭିଡିଓକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ।

କହିରଖୁ ଯେ, ୩୩ ବର୍ଷୀୟ ସାଂସଦ ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ନିକଟରେ ତାଙ୍କର ଅନେକ ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ବିବା‌ଦ ‌ଆରମ୍ଭ ହୋଇଛି। ତାଙ୍କ କର୍ଣ୍ଣାଟକ ସରକାର ଲୁକ୍‌ ନୋଟିସ୍‌ ଜାରି କରିବା ସହ ଏସ୍‌ଆଇଟି ତଦନ୍ତ ଜାରି ରହିଛି।

ପ୍ରଜ୍ୱଳ ହେଉଛନ୍ତି ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି-ଜେଡି (ଏସ) ସହଯୋଗୀ ଦଳର ପ୍ରାର୍ଥୀ। ଏଠାରେ ଏପ୍ରିଲ ୨୬ରେ ମତଦାନ ହୋଇଥିଲା। ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସେ ଦେଶ ଛାଡି ପଳାଇଛନ୍ତି। ଏହି ମାମଲାରେ ବିବାଦ ବଢ଼ିବା ପରେ ଜେଡି (ଏସ) ନେତୃତ୍ୱ ପ୍ରଜ୍ଜ୍ୱଳଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।

Rape Alligation Prajwal Revanna Sex Scandal Prajwal Revanna JDS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe