ହାଥରସ ଦଳାଚକଟା: ବନ୍ଧା ହେଲେ ମୁଖ୍ୟ ଅଭିଯୁକ୍ତ

ଏହାକୁ ମିଶାଇ ପୁଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିସାରିଲାଣି।

ଦେବ ପ୍ରକାଶ ଓ ଭୋଲେ ବାବା

  • Published: Saturday, 06 July 2024
  • , Updated: 06 July 2024, 08:31 AM IST

ଉତ୍ତରପ୍ରଦେଶ ହାଥରସ ସତସଙ୍ଗ ବେଳେ ଦଳାଚକଟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ନାରାୟଣ ସାକର ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବକ ଦେବ ପ୍ରକାଶ ମଧୁକରଙ୍କ ପୁଲିସ ଦିଲ୍ଲୀରୁ ଗିରଫ କରିଛି। ହାଥରସ ଦୁର୍ଘଟଣା ପରେ ମଧୁକର ଫେରାର ଥିଲେ। ପୁଲିସ ତାଙ୍କ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଆଜି ଦେବଙ୍କୁ କୋର୍ଟରେ ହାଜର କରାଯିବ।

ଦେବ ପ୍ରକାଶ ମଧୁକର କୁଆଡେ ପୁଲିସ ଆଗରେ ସରେଣ୍ଡର କରିଥିବା ଭୋଲେ ବାବାଙ୍କ ଓକିଲ ଏପି ସିଂହ ଦାବି କରିଛନ୍ତି। ଦିଲ୍ଲୀର ନଜଫଗଡ଼-ଉତ୍ତମ ନଗରେ ମଧ୍ୟରେ ଥିବା ଏକ ହସ୍ପିଟାଲକୁ ୟୁପି ହାଥରସ ପୁଲିସ ପହଞ୍ଚିଥିଲ। ଏତିକି ବେଳେ ପୁଲିସ ଆଗରେ ଦେବ ପ୍ରକାଶ ସରେଣ୍ଟର କରିଥିଲେ। ଏହାପରେ ପୁଲିସ ତାଙ୍କୁ ଗିରଫ କରିଛି।

ହାଥରସ ଦଳାଚକଟାରେ ୧୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ପରେ ପ୍ରଚାରକ ବାବା ସୁରଜପାଲଙ୍କ ସେବକ ତଥା ସତସଙ୍ଗର ଆୟୋଜକଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଥିଲା। ମୁଖ୍ୟ ଆୟୋଜକ ଦେବ ପ୍ରକାଶ ମାଧୁକରଙ୍କ ପୂର୍ବରୁ ଆଉ ୬ଜଣଙ୍କୁ ପୁଲିସ ଗିରଫ କରିସାରିଛି।

SIT ମୁଖ୍ୟ ଅନୁପମ କୁଲଶ୍ରେଷ୍ଟା କହିଛନ୍ତି ଯେ ହାଥରସ ଦଳାଚକଟା ମାମଲାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ସରକାରଙ୍କ ଏସଆଇଟି ଏପର୍ଯ୍ୟନ୍ତ ୯୦ ଟି ବୟାନ ରେକର୍ଡ କରିଛି। ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଆଗ୍ରା ଜୋନ୍) କୁଲଶ୍ରେଷ୍ଟା ତିନି ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ର ନେତୃତ୍ୱ ନେଉଛନ୍ତି।

Related story