Advertisment

ହାଥରସ ଦଳାଚକଟା: ୨୦ ସେବକ ଗିରଫ

ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି। ଏହି ଟିମ୍‌ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି। ସେ ବର୍ତ୍ତମାନ ଫେରାର ଅଛନ୍ତି।

Hathras Incident

Hathras Incident

Advertisment

ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ବଡ଼ ଆକ୍ସନ ନେଇଛି ପୁଲିସ। ଏହି ମାମଲାରେ ପୁଲିସ ୨୦ ସେବାଦାରଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି।

Advertisment

ମଙ୍ଗଳବାର ହାଥରସରେ ଭୋଲେ ବାବା ଆୟୋଜିତ ହୋଇଥିବା ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଛନ୍ତି। ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି। ଏହି ଟିମ୍‌ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି। ସେ ବର୍ତ୍ତମାନ ଫେରାର ଅଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ବୁଧବାର ସନ୍ଧ୍ୟାରେ ଗୃହ ବିଭାଗ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବ୍ରଜେଶ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି। ଆୟୋଗର ମୁଖ୍ୟାଳୟ ଲକ୍ଷ୍ନୌରେ ରହିବ। ଆୟୋଗକୁ ଏହାର ତଦନ୍ତ ଦୁଇ ମାସ ମଧ୍ୟରେ ଶେଷ କରିବାକୁ ପଡିବ।

Advertisment

ମଙ୍ଗଳବାର ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଛି।

Uttar Pradesh Hathras Stampede Sevadars Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe