Advertisment

ଭୋଲେ ବାବା ସତସଙ୍ଗରେ ଦଳାଚକଟା; ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା SIT

ଭୋଲେ ବାବାଙ୍କ ସତସଙ୍ଗରେ କାହିଁକି ଦଳାଚକଟା ହୋଇ 121 ଜଣଙ୍କ ମୃତ୍ୟୁ ଘଟିଲା, ତାର ରିପୋର୍ଟ ଦେଲା SIT।

UP CM Yogi Adityanath

UP CM Yogi Adityanath

Advertisment

କାହିଁକି ହାଥରସର ସତସଙ୍ଗରେ ଦଳାଚକଟା ହୋଇ 121 ଜଣଙ୍କ ଜୀବନ ଚାଲିଗଲା, ଏପରି ଏକ ଦୁଃଖଦ ଘଟଣା ପଛର କାରଣ ଜଣାଇଲେ ତଦନ୍ତକାରୀ ଟିମ୍। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ଦାଖଲ କରି ତଦନ୍ତକାରୀ ଟିମ୍(SIT) କହିଛନ୍ତି ଯେ, ଅଧିକାରୀମାନେ ସଠିକ୍ ଭାବେ ଯାଞ୍ଚ ନ କରି ସଭା ପାଇଁ ଅନୁମତି ଦେଇଥିବାରୁ ଏତେ ବଡ଼ ଏକ ଅଘଟଣ ଘଟିଗଲା।

Advertisment

ଉତ୍ତର ପ୍ରଦେଶର ହାଥରସରେ ଭୋଲେ ବାବାଙ୍କ ସତସଙ୍ଗ ପାଇଁ ଜିଲ୍ଲା ଅଧିକାରୀ (ଏକ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍) ଅନୁମତି ଦେଇଥିଲେ। କିନ୍ତୁ ସେ ଏ ବାବଦରେ ସଠିକ୍ ଯାଞ୍ଚ କରି ନଥିଲେ କି ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇନଥିଲେ ବୋଲି ତଦନ୍ତକାରୀ ଟିମ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ଦେଇଛନ୍ତି।

ଏସଆଇଟି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପୁଲିସ ସମେତ ଆୟୋଜକ ଏବଂ ସ୍ଥାନୀୟ ଅଧିକାରୀମାନେ ଅବହେଳା କରିବା ସହ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ। ସେମାନେ ଏହି ସତସଙ୍ଗ ସଭାକୁ ଗମ୍ଭୀର ଭାବେ ନେଇନଥିଲେ ଏବଂ ପ୍ରୋଟୋକଲର ଅଭାବ କାରଣରୁ ସ୍ଥାନୀୟ ପୁଲିସ ସେମାନଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ସଠିକ୍ ସୂଚନା ଦେଇ ପାରିନଥିଲେ।

Advertisment

ପୂର୍ବରୁ ପୁଲିସ ରିପୋର୍ଟରେ କୁହାଯାଇଥିଲା ଯେ, ଆୟୋଜକମାନେ 80,000 ଲୋକଙ୍କ ପାଇଁ ଆୟୋଜନ କରିଥିଲେ। କିନ୍ତୁ ଅଢେଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆୟୋଜକ ଜାଣିଶୁଣି କମ୍ ସଂଖ୍ୟା ଦେଇଥିବା ପୁଲିସ ସନ୍ଦେହ କରୁଛି। ଏସବୁ ବ୍ୟତୀତ, ସଭାରେ ପ୍ରସ୍ଥାନ ପାଇଁ ସେପରି କୌଣସି ବନ୍ଦୋବସ୍ତ ବି ନଥିଲା। ଏପରିକି ଟେଣ୍ଟ ହାଉସରେ ବାୟୁ ଚଳାଚଳ ସୁବିଧା ବି କରାଯାଇ ନଥିଲା ଏସଆଇଟି ଟିମ୍ କହିଛି। 

ମୁଖ୍ୟମନ୍ତ୍ରୀଙ୍କୁ ଏସଆଇଟି ଟିମ୍ ଦାଖଲ କରିଥିବା ରିପୋର୍ଟ 125 ଜଣ ପୁଲିସ, ପ୍ରତ୍ୟେକ୍ଷଦର୍ଶୀ, ଦଳାଚକଟାରେ ଉଦ୍ଧାର ପାଇଥିବା ବ୍ୟକ୍ତି ଏବଂ ଫଟୋ ଓ ଭିଜୁଆଲକୁ ନେଇ ତର୍ଜମା କରାଯାଇଥିଲା। 

SIT Hathras Stampede Bhole Baba UP Stampede News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe