Advertisment

ମୁହଁ ଖୋଲିଲେ ଭୋଲେ ବାବା, କହିଲେ - ମୃତ୍ୟୁ ନିରାଟ ସତ, କେହି ଏଡ଼ାଇ ପାରିବେନି

‘ମୃତ୍ୟୁ ଅବଶ୍ୟମ୍ଭାବୀ । ତାହାକୁ କେହି ଏଡ଼ାଇ ପାରିବେନି। ସମସ୍ତଙ୍କୁ ଦୁନିଆରୁ ଯିବାକୁ ପଡ଼ିବ । କେହି ଆଗେ ତ କିଏ ପଛରେ ଯିବ । ହେଲେ ଯିବା ସୁନିଶ୍ଚିତ।’

ଅଦ୍ୟତନ ହୋଇଛି
Bhole Babab

Bhole Babab

Advertisment

‘ମୃତ୍ୟୁ ଅବଶ୍ୟମ୍ଭାବୀ । ଏହା ନିରାଟ ସତ । ଏହାକୁ କେହି ଏଡ଼ାଇ ପାରିବେନି। ସମସ୍ତଙ୍କୁ ଦୁନିଆରୁ ଯିବାକୁ ପଡ଼ିବ । କେହି ଆଗେ ତ କିଏ ପଛରେ ଯିବ । ହେଲେ ଯିବା ଥୟ।’ ହାଥରସ ଦଳାଚକଟା ଘଟଣାର ପ୍ରାୟ ୧୫ ଦିନ ପରେ ଏପରି ବୟାନ ଦେଇଛନ୍ତି ତଥାକଥିତ ଧର୍ମଗୁରୁ ଭୋଲେ ବାବା ।

Advertisment

ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ସତସଙ୍ଗରେ ଘଟିଥିବା ଦଳଚକାଟା ଯୋଗୁ ଅକାଳରେ ଚାଲି ଯାଇଛି ୧୨୧ ଜୀବନ । ଏହି ଘଟଣାରେ ତଥାକଥିତ ଧର୍ମଗୁରୁ ଭୋଲେ ବାବା ଫେରାର ଥିବା ବେଳେ ଏବେ ତାଙ୍କ ବୟାନ ସମ୍ମୁଖକୁ ଆସିଛି।

ଗତ ଜୁଲାଇ ୨ ରେ ଘଟିଥିବା ଏହି ଅଘଟଣ ସମଗ୍ର ଦେଶକୁ ଦୋହଲାଇ ରଖିଥିଲା। ଆତ୍ମଘୋଷିତ ଭଗବାନ ସୁରଜପାଲ ସିଂହ ବା ଭୋଲେ ବାବାଙ୍କ ଦ୍ୱାରା ଆୟୋଜିତ ସତସଙ୍ଗରେ ଏପରି ଦୁଃଖଦ ଘଟଣା ଘଟିଥିଲା। ସେବେଠୁ ଭୋଲେ ବାବା ଫେରାର ଥିବା ବେଳେ ଏହି ଘଟଣା ତାଙ୍କୁ ଶକ୍ତ ଝଟକା ଦେଇଥିବା ଓ ସେବେଠୁ ସେ ମାନସିକ ଅବସାଦରେ ଥିବା କହିଛନ୍ତି।

Advertisment

ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଅଛି, ମାତ୍ର ଯାହା ଘଟିବାର ଥିବ ତାହାକୁ କେହି ଏଡ଼ାଇ ପାରିବେନି ବୋଲି କହିଛନ୍ତି ଭୋଲେ ବାବା । ଏପରିକି ଭାଗ୍ୟ ଲିଖନକୁ କେହି ବଦଳାଇ ପାରିବେନି, ଯିଏ ଦୁନିଆକୁ ଆସିଛି ସେ ଯିବା ଚରମ ସତ୍ୟ। ମାତ୍ର କିଏ ଆଗେ ତ କିଏ ପଛେ ଯିବ ତାହା ତୁମ ଭାଗ୍ୟ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

ହାଥରସ ଦଳାଚକଟା ଘଟଣା ପଛରେ ସାଂଘାତିକ ଷଡଯନ୍ତ୍ର ଥିବା ତଥା ଭିଡ଼ ଉପରକୁ ବିଷାକ୍ତ ସ୍ପ୍ରେ କରାଯାଇଥିବାରୁ ଏପରି ଅଘଟଣ ଘଟିଥିବା ସେ କହିଛନ୍ତି। ଏପରିକି ତାଙ୍କ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଧର୍ବ ସଭା ତଥା ସତସଙ୍ଗକୁ ଭଣ୍ଡୁର କରିବାକୁ କିଛି ବ୍ୟକ୍ତି ଏପରି କରୁଥିବା ସେ କହିଛନ୍ତି। ଏହି ଘଟଣାରେ ତଦନ୍ତ ପାଇଁ SIT ଟିମ୍ ଗଠିତ ହୋଇଥିବା ବେଳେ ଜୁଡ଼ିସିଆଲ କମିଟି ବି ବସିଛି। ତଦନ୍ତ ପ୍ରକ୍ରିୟା ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି ଭୋଲେ ବାବା ।

ଜୁଲାଇ ୨ରେ ହାଥରସରେ ଏକ ସତସଙ୍ଗରେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ସତସଙ୍ଗରେ ଭୋଲେ ବାବା ପ୍ରବଚନ ଦେଉଥିଲେ। ପ୍ରବଚନ ସରିବା ପରେ ତାଙ୍କ ପାଦ ଧୂଳି ଆଣିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି। ଏହି ଘଟଣାରେ ପୁଲିସ ଭୋଲେ ବାବାଙ୍କ ୨୦ରୁ ଅଧିକ ସେବକଙ୍କୁ ଗିରଫ କରି ଥିବାବେଳେ ଏଯାଏ ଭୋଲେ ବାବା କିନ୍ତୁ ଫେରାର ଅଛନ୍ତି।

ଭୋଲେ ବାବାଙ୍କ ନାଁରେ ଦୁଷ୍କର୍ମ ସହ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏହା ସାଙ୍ଗକୁ ୧୦୦ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର ଜବତ କରିଛି ପୁଲିସ। ନିଜକୁ ବାବା ବୋଲି ସମ୍ବୋଧିତ କରୁଥିବା ସୁରଜପାଲ ସିଂହ ୧୯୯୭ ମସିହାରେ ଦୁଷ୍କର୍ମ ଅଭିଯୋଗରେ ଜେଲରେ ରହିଥିଲେ। ଏହାପରେ ଜେଲରୁ ବାହାରି 'ବାବା ବ୍ୟବସାୟ' ଆରମ୍ଭ କରିଥିଲେ। ସୁରଜପାଲଙ୍କ ପ୍ରବଚନରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୁଏ। ସେ କାହାପାଖରୁ ଦାନ ଆଣୁନଥିବା କହୁଥିବା ବେଳେ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ବିଳାସପୂର୍ଣ୍ଣ କୋଠାବାଡ଼ି ରହିଛି।

Uttar Pradesh Hathras Stampede Bhole Baba
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe