Advertisment

ସତସଙ୍ଗ ଦଳାଚକଟା: ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି, ସୁପ୍ରିମକୋର୍ଟରେ ମାମଲା

ମୃତକଙ୍କ ମଧ୍ୟରେ ୧୦୮ ଜଣ ମହିଳା ଓ ୭ ଜଣ ଛୋଟ ପିଲା ଅଛନ୍ତି।

ଅଦ୍ୟତନ ହୋଇଛି
Hathras Tragedy and Supreme Court

Hathras Tragedy and Supreme Court

Advertisment

ଉତ୍ତରପ୍ରଦେଶର ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।

Advertisment

ମୃତକଙ୍କ ମଧ୍ୟରେ ୧୦୮ ଜଣ ମହିଳା ଓ ୭ ଜଣ ଛୋଟ ପିଲା ଅଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ସିକନ୍ଦରାଉ ଅଞ୍ଚଳର ଫୁଲୁରୀ ଗ୍ରାମରେ ଧାର୍ମିକ ପ୍ରଚାରକ ଭୋଲେ ବାବାଙ୍କ ସତସଙ୍ଗ ପାଇଁ ଏକତ୍ରିତ ହୋଇଥିଲେ ବୋଲି ମୁଖ୍ୟ ସଚିବ କହିଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପୀଡ଼ିତାଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହକୁ ଘରକୁ ନେବାକୁ ଅପେକ୍ଷା କରି ରହିଛନ୍ତି।

ଅନ୍ୟପଟେ ହାଥରସରେ ହୋଇଥିବା ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି। ଏହି ଆବେଦନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୫ ଜଣିଆ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।

Advertisment

ଆବେଦନକାରୀମାନେ ଆଜି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ୟୁପି ସରକାରଙ୍କ ତରଫରୁ ଏକ ଷ୍ଟାଟସ୍ ରିପୋର୍ଟ ଦାବି କରାଯାଇଛି। ଅର୍ଥାତ୍ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଏବଂ ଭବିଷ୍ୟତରେ ନିଆଯିବାକୁ ଥିବା ସତର୍କତା ବିଷୟରେ ସୂଚନା ଦେବାକୁ କୁହାଯାଇଛି।

ଏଥିସହ ଏହି ଘଟଣାର ଦାୟୀ ବ୍ୟକ୍ତି ଏବଂ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଏହି ଆବେଦନରେ କୁହାଯାଇଛି। ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।

ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି। ଏହି ଆବେଦନରେ ୧୯୫୪ ପରଠାରୁ ଧାର୍ମିକ ଘଟଣାରେ ଦଳାଚକଟା ଏବଂ ଆହତଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିବା ୧୫ଟି ପ୍ରମୁଖ ଘଟଣା ଦର୍ଶାଯାଇଛି। ଏହି ତାଲିକା ୧୯୫୪ର କୁମ୍ବ ମେଲା ଦଳାଚକଟାରୁ ଆରମ୍ଭ ହୋଇ ୨୦୨୩ମସିହାରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ନ୍ଥ ଭୁଶୁଡ଼ିବା କାରଣରୁ ହୋଇଥିବା ଦଳଚକଟା ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

କହିରଖୁ ଯେ, ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

Uttar Pradesh Supreme Court Hathras Stampede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe