Advertisment

ହାଥରସ ଦଳାଚକଟା ଘଟଣା: ମୃତକ ଓ ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧି

ଆତ୍ମଘୋଷିତ ଜଣେ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଚାଲିଯାଇଛି ୧୨୧ ଜଣଙ୍କ ଜୀବନ।

author-image
Debibandita Barick
Rahul Gadhi meet's victim's families

Rahul Gadhi meet's victim's families

ଉତ୍ତର ପ୍ରଦେଶର ହାଥରସ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଯେଉଁଠି ଦେଖିଲେ, ସେଇଠି ଶବ ପଡ଼ିଛି। ସତସଙ୍ଗରେ ଯୋଗଦେବାକୁ ଯାଇ ଜୀବନ ଏପରି ଅଣନିଶ୍ୱାସୀ ହୋଇ ଚାଲିଯିବ, କେବେ କେହି ଭାବି ନଥିବେ। 

Advertisment

ଏହି ଦୁଃଖଦ ସମୟରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧି ହାଥରସ ଓ ଆଲିଗଡ଼ ଗସ୍ତ କରି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ସେ ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।

ପ୍ରକାଶ ଥାଉକି, ଗତ ବୁଧବାର ଆତ୍ମଘୋଷିତ ଜଣେ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରବଚନ ପରେ ବାବାଙ୍କ ପାଦ ଧୂଳି ଆଣିବାକୁ ଯାଇ ଏପରି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି।

Advertisment

ସେପଟେ ଏହି ମାମଲାରେ ଆତ୍ମଘୋଷିତ ବାବା ଫେରାର୍ ହୋଇଯାଇ ଥିବାବେଳେ ତାଙ୍କୁ ସେବା ଯୋଗାଉଥିବା ୨୦ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଉକ୍ତ ବାବାଙ୍କ ନାଁରେ ଦୁଷ୍କର୍ମ ମାମଲା ସହ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ରହିଛି। ପୁଲିସ ତାଙ୍କ ସେବକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି। 

Rahul Gandhi Hathras Stampede UP Stampede