Advertisment

ସତ୍‌ସଙ୍ଗ ଦଳାଚକଟା ପାଇଁ ଦାୟୀ କିଏ? ତନାଘନା ଆରମ୍ଭ

ଆଜି ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୁଲିସ।

author-image
Madhupriya Mistry
ଅଦ୍ୟତନ ହୋଇଛି
Hathras Stampede

Hathras Stampede

କେମିତି ଓ କେଉଁ ପରିସ୍ଥିତିରେ ଉତ୍ତରପ୍ରଦେଶ ହାଥରସ ଦଳାଚକଟା ହେଲା? ଏଥିପାଇଁ ଦାୟୀ କିଏ? ଆରମ୍ଭ ହୋଇଛି ତନାଘନା ତଦନ୍ତ। ଆଜି ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରିଛି। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୁଲିସ।

Advertisment

ଉତ୍ତର ପ୍ରଦେଶ ମଇନପୁରୀ ଜିଲ୍ଲାର ରାମ କୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ତଦନ୍ତ ହୋଇଛି। ରାତି ତମାମ ପୁଲିସ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନି। ଦଳାଚକଟା ଘଟଣାରେ ମାମଲା ରୁଜୁ କରି ତନାଘନା ତଦନ୍ତ କରୁଛି ପୁଲିସ। ଯିଏ ବି ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳକୁ ଯିବେ। ସେଠାକୁ ଯାଇ ସେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ରହିଛି।  

ହାଥରସ ସତସଙ୍ଗ ସ୍ଥଳରେ ଦଳାଚକଟାରେ ଏଯାଏ ୧୧୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ମହିଳା ଓ ଶିଶୁ । ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ଏକ ସତସଙ୍ଗ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ।

Advertisment

ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିଲା।

Uttar Pradesh Hathras Stampede