Advertisment

ହାଥରସ ଦଳାଚକଟା: କୁଢ଼ କୁଢ଼ ମୃତଦେହ ଦେଖି ଟଳି ପଡ଼ିଲେ କନଷ୍ଟେବଳ

ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

author-image
Madhupriya Mistry
Hathras Tragedy

Hathras Tragedy

ଉତ୍ତରପ୍ରଦେଶର ହାଥରସ ସତ୍‌ସଙ୍ଗ ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଛି। ଶବଗୃହ ବାହାରେ ଗଦା ହୋଇଛି କୁଢ଼ କୁଢ଼ ମୃତଦେହ। ତେବେ ଏହି ମୃତଦେହର ପାହାଡକୁ ଦେଖି ଛାନିଆ ହୋଇଯାଇଛନ୍ତି ଡ୍ୟୁଟିରେ ନିୟୋଜିତ ଥିବା ଜଣେ କନଷ୍ଟେବଳ। ଘଟଣାସ୍ଥଳରେ ହିଁ ସେ ଟଳି ପଡିଛନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

Advertisment

ମୃତ କନଷ୍ଟେବଳ ଜଣକ ହେଲେ ରବି କୁମାର। ଏଟାର କ୍ୟୁଆରଟି ଅଭାଗଡ଼ରେ ସେ ନିୟୋଜିତ ଥିଲେ। ଦଳଚକଟା ପରେ ମୃତେଦହକୁ ମେଡିକାଲ କଲେଜକୁ ଅଣାଯିବା ପରେ ତାଙ୍କୁ ସେଠାରେ ଡ୍ୟୁଟିରେ ରଖାଯାଇଥିଲା। ତେବେ ମେଡିକାଲ କଲେଜ ବାହାରେ ଏତେ ସଂଖ୍ୟକ ଶବକୁ ଦେଖି ଅଚାନକ ତାଙ୍କୁ ହାର୍ଟଆଟାକ୍ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ସମୟ କନଷ୍ଟେବଳଙ୍କର ମୃତ୍ୟୁ ହୋଇଛି।

ଆଲିଗଡ଼ ଥାନା ସିଦ୍ଧାର୍ଥ ନଗର ଆଇଟିଆର୍‌ ରୋଡ୍‌ ବାସିନ୍ଦା ରବି କୁମାର କ୍ୱିକ୍ ରେସ୍‌ପନ୍ସ ଟିମ୍‌ ଅଭାଗଡରେ ନିଯୁକ୍ତ ଥିଲେ। ମଙ୍ଗଳବାର ଦୁର୍ଘଟଣା ସମ୍ପର୍କରେ ମେସେଜ ପାଇଁ ଅନ୍ୟମାନଙ୍କ ସହ ସେ ମଧ୍ୟ ମେଡିକାଲ କଲେଜ ପହଞ୍ଚିଥିଲେ।

Advertisment

ଲଗାତର ମୃତ ଓ ଆହତ ବ୍ୟକ୍ତିଙ୍କୁ ଗାଡିରେ ଅଣାଯାଉଥିଲା। ଗୋଟିଏ ଗାଡ଼ିରେ ଅନେକ ଶବ ଲଦା ହୋଇ ରହିଥିଲା। ତେବେ ଗରମ ଓ ଏକାଥରକେ ଏତେ ସଂଖ୍ୟକ ମୃତଦେହ ଦେଖି କନଷ୍ଟେବଳଙ୍କ ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିବା କୁହାଯାଉଛି। ଏଥିଯୋଗୁ ତାଙ୍କ ହୃଦ୍‌ଘାତ ହୋଇଥିବା ଆଶଙ୍କା କରାଯାଉଛି।

Constable Heart Attack Hathras Stampede