Advertisment

ବେପରୁଆ ଗାଡ଼ି ଚାଳକ ସାବଧାନ! ଦେବାକୁ ପଡ଼ିପାରେ ଅଧିକ ବୀମା ପ୍ରିମିୟମ

ବେପରୁଆ ଗାଡ଼ି ଚାଳକଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିବା ପାଇଁ ବ୍ୟବସ୍ଥା ପ୍ରଣୟନ କରିବାକୁ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି।

author-image
Hemant Lenka
insurance premium

insurance premium

ସୁରକ୍ଷତି ଭାବେ ଗାଡ଼ି ଚଳାନ୍ତୁ। ନଚେତ ଗଣିବାକୁ ପଡ଼ିବ ମୋଟା ଅଙ୍କର ବୀମା ପ୍ରିମିୟମ। ଭାରତ ସରକାର ଏପରି କିଛି ନିୟମ ଖୁବଶୀଘ୍ର ପ୍ରଣୟନ କରିପାରନ୍ତି। ଦୁର୍ଘଟଣାକୁ ରୋକିବା ପାଇଁ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଇବା ଦିଗରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। 

Advertisment

ବେପରୁଆ ଗାଡ଼ି ଚାଳକଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିବା ପାଇଁ ବ୍ୟବସ୍ଥା ପ୍ରଣୟନ କରିବାକୁ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଟ୍ରାଫିକ ନିୟମ ଉଲ୍ଲଂଘନକୁ ରୋକିବା ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଲ୍ଲଂଘନକାରୀଙ୍କ ଗାଡ଼ି ବୀମା ପ୍ରିମିୟମକୁ ଲିଙ୍କ କରି ଚାଲାଣ ପଠାଇବାକୁ ଅନୁରୋଧ କରିଛନ୍ତି।

ଆମେରିକା ଓ ଅନେକ ୟୁରୋପୀୟ ଦେଶରେ ଏପରି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଏହା ଅନେକ ସକାରାତ୍ମକ ଫଳାଫଳ ଆଣିଥିବା ମଧ୍ୟ ସେ କହିଛନ୍ତି। ଉପରାଜ୍ୟପାଳ ଚିଠିରେ ଲେଖିଛନ୍ତି ଯେ "ନିର୍ମଳା ଜୀ, ମୁଁ ସଡ଼କ ସୁରକ୍ଷା ଓ ଗାଡ଼ି ବୀମା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହଁଛି।

Advertisment

ମୁଁ ଆପଣଙ୍କ ବିଚାର ପାଇଁ ଗୋଟିଏ ପ୍ରସ୍ତାବ ଦେଉଛି ଯେ ଗୋଟିଏ ଗାଡ଼ି ନାଁରେ କଟୁଥିବା ଟ୍ରାଫିକ ଉଲ୍ଲଂଘନ ଚାଲାଣ ସଂଖ୍ୟା ସହିତ ବୀମା ପ୍ରିମିୟମକୁ ଲିଙ୍କ କରାଯାଉ। ଯେତେ ଥର ଗୋଟିଏ ଗାଡ଼ି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବ, ସେହି ଅନୁସାରେ ଗାଡ଼ିର ବୀମା ପ୍ରିମିୟମ ମଧ୍ୟ ବଢ଼ି ଚାଲିବ। ଏହା ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ଅନୁଶାସନ ଉପରେ ବେଶ ସକାରାତ୍ମକ ପ୍ରଭାବ ପକାଇବ।”

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ (MoRTH)ର ତଥ୍ୟ ଅନୁଯାୟୀ, ୨୦୨୨ରେ ଭାରତରେ ୪.୩୭ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ରେକର୍ଡ ହୋଇଛି। ଏଥିଯୋଗୁ ପ୍ରାୟ ୧.୫୫ ଲକ୍ଷ ଲୋକ ମୃତାହତର ସମ୍ମୁଖୀନ ହୋଇଛି। ଏହା ମଧ୍ୟରୁ ପ୍ରାୟ ୭୦% ଦୁର୍ଘଟଣା ଦ୍ରୁତ ଗାଡ଼ି ଚାଳନା ଯୋଗୁ ହୋଇଛି। ସେହିପରି ରେଡ୍ ଲାଇଟ ଅତିକ୍ରମ ଯୋଗୁ ମଧ୍ୟ ଅନେକ ଦୁର୍ଘଟଣା ଘଟିଛି।

ବିଶ୍ୱ ବ୍ୟାଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣରେ କୁହାଯାଇଛି ଯେ ଏକାଧିକ ଥର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡିକ ଦୁର୍ଘଟଣା ଘଟାଇବାର ଆଶାଙ୍କା ୪୦% ଅଧିକ ରହିଛି। ଠିକ ଭାବେ ଡ୍ରାଇଭିଂ କରୁଥିବା ଲୋକ ଅଧିକ ସୁରକ୍ଷିତ। ଦିଲ୍ଲୀର ଦୁର୍ଘଟଣା ପରିସଂଖ୍ୟାନ ଏହି ଅନୁସନ୍ଧାନ ସହ ମେଳ ଖାଉଛି ବୋଲି ସକ୍ସେନା କହିଛନ୍ତି।

ସେ କହିଛନ୍ତି, ଦିଲ୍ଲୀ ଟ୍ରାଫିକ ପୁଲିସର ୨୦୨୩ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ଗାଡ଼ି ଗୁଡ଼ିକ ୬୦% ମର୍ମନ୍ତୁଦ ଦୁର୍ଘଟଣା ଘଟାଇଛନ୍ତି। ବିଶେଷ କରି ଦ୍ରୁତ ଗାଡ଼ି ଚଳନା ଓ ରେଡ ଲାଇଟ ଅତିକ୍ରମ କରିଥିବା ଗାଡ଼ି ଗୁଡ଼ିକ ଅଧିକ ମାତ୍ରାରେ ଦୁର୍ଘଟଣା ପାଇଁ ଦାୟୀ। ବର୍ଷେ ମଧ୍ୟରେ ୩ ଥର ନିୟମ ଉଲ୍ଲଙ୍ଘନ କରି ଚାଲାଣ କଟିଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣାରେ ଅଧିକ ସାମିଲ ଥିବା ଜଣାପଡ଼ିଛି।

ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀ ଓ ଦୁର୍ଘଟଣା ଘଟାଇବା ମଧ୍ୟରେ ଏକ ସ୍ପଷ୍ଟ ସମ୍ପର୍କ ଅଛି। ତେଣୁ ମୁଁ ଆପଣଙ୍କୁ ପ୍ରସ୍ତାବ ଦେବାକୁ ଚାହୁଁଛି ଯେ MoRTH's VAHAN ଡାଟାବେସରେ ରେକର୍ଡ ହୋଇଥିବା ବାରମ୍ବାର ଟ୍ରାଫିକ୍ ଉଲ୍ଲଂଘନର ତଥ୍ୟ ଓ ଏହାର ଭୟାବହ ଆଧାରରେ ଗୋଟିଏ ବୀମା ପ୍ରିମିୟମ ପ୍ରଣାଳୀ ଆରମ୍ଭ କରାଯାଇ ପାରେ।

ଯେଉଁ ଗାଡ଼ି ଅତ୍ୟଧିକ ସ୍ପିଡ, ରେଡ୍ ଲାଇଟ୍ ଜମ୍ପ ଓ ବେପରୁଆ ଡ୍ରାଇଭିଂ ଭଳି ଟ୍ରାଫିକ ଉଲ୍ଲଙ୍ଘନ କରୁଛନ୍ତି, ସେଗୁଡ଼ିକୁ ଅଧିକ ବୀମା ପ୍ରିମିୟମ ଦେବାକୁ ବାଧ୍ୟ କରାଯାଉ। ଏହା ଦ୍ୱାରା ଠିକ ଡ୍ରାଇଭିଂ ପାଇଁ ସକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରିବ।

ଆମେରିକା ସମେତ ଅନେକ ୟୁରୋପୀୟ ଦେଶରେ ଏହି ବ୍ୟବସ୍ଥା ସଫଳତା ପୂର୍ବକ ଲାଗୁ କରାଯାଇଛି। ଟ୍ରାଫିକ୍ ଉଲ୍ଲଂଘନ ଓ ଦ୍ରୁତ ଗାଡ଼ି ଚାଳନା ଆଧାରରେ ବୀମା ପ୍ରିମିୟମରେ ଅହେତୁକ ବୃଦ୍ଧି କରଯାଉଛି। ମୂଳ ପ୍ରମିୟମ ତୁଳନାରେ ଉଲ୍ଲଙ୍ଘନକାରୀଙ୍କୁ ଅଧିକ ୨୦ରୁ ୩୦% ଟଙ୍କା ଦେବାକୁ ହେଉଛି ବୋଲି ସକ୍ସେନା ଚିଠିରେ ଲେଖିଛନ୍ତି।

Nirmala Sitharaman LG VK Saxena