Advertisment

ନିଜ ମା’କୁ ହତ୍ୟା ପରେ ଫ୍ରାଏ କରିଥିବା ଦୋଷୀକୁ ଝିଅ ବାହାଘରରେ ଯୋଗ ଦେବା ପାଇଁ ଅନୁମତି

ବ୍ୟକ୍ତି ଜଣକ ଅସ୍ଥାୟୀ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

author-image
Tapas Behera
ଅଦ୍ୟତନ ହୋଇଛି
undefined

court

ନିଜ ମା’କୁ ହତ୍ୟା କରି ଫ୍ରାଏ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିଜ ଝିଅର ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ବମ୍ବେ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ଫାଶିଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ପୁଲିସ ଏସକଟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ଝିଅର ବାହାଘର ପାଇଁ ଫେବୃଆରୀ ୨୩ରୁ ୨୫ ପର୍ଯ୍ୟନ୍ତ ଅର୍ଥାତ ଜେଲରୁ ବାହାରିବାର ସକାଳ ୯ଟାଠାରୁ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି। ତେବେ ବ୍ୟକ୍ତି ଜଣକ ଅସ୍ଥାୟୀ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଅନ୍ୟପଟେ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ପ୍ରଦତ୍ତ ଏସକର୍ଟ ଖର୍ଚ୍ଚ ଅଭିଯୁକ୍ତ ବହନ କରିପାରିବେ ନାହିଁ ବୋଲି ଆବେଦନ କରିଥିଲେ। ଏହାକୁ କୋର୍ଟ ଗ୍ରହଣ କରିଛନ୍ତି । କୋର୍ଟ ଏହି ମାମଲାକୁ ଅତି ବିରଳରୁ ବିଳତମ ବୋଲି ନିରୀକ୍ଷଣ କରିଛନ୍ତି ।

ଜୁଲାଇ ୨୦୨୧ ରେ, ରାଜସ୍ଥାନ କୋଲହାପୁରର ସୁନୀଲ ରାମା କୁଚକୋରାଭିଙ୍କୁ ହତ୍ୟା ମାମଲାରେ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶିଦଣ୍ଡାଦେଶ ଦେଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଫାଶିରେ ଝୁଲାଇ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହ ଜଘନ୍ୟ ଅପରାଧ ସାମାଜିକ ବିବେକକୁ ଥରାଇ ଦେଇଥିବାରୁ ବିରଳ ଘଟଣା ବୋଲି କୋର୍ଟ କହିଥିଲେ। ସୋମବାର ଶୁଣାଣି ସମୟରେ ସୁନୀଲଙ୍କ ପାଇଁ  ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଯୁଗ୍ ମୋହିତ ଚୌଧୁରୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମାଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

Advertisment

ମଦ ଦନିଶାରେ ଥିବା ବେଳେ ଏହି ଅପରାଧ ସଙ୍ଗଠିତ ହୋଇଛି। ସୁନୀଲ ନିଜ ମାକୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରାଏ କରି ଖାଇଥିଲେ। କୋହ୍ଲାପୁରର ୬୩ ବର୍ଷୀୟ ସୁନୀଲ ନିଜ ମା ୟଲମାଙ୍କୁ ମଦ ପାଇଁ ଟଙ୍କା ମାଗିଥିଲେ। କିନ୍ତୁ ତାଙ୍କ ମା ଟଙ୍କା ନଦେବାରୁ ତାଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ୨୦୧୭ ଅଗଷ୍ଟ ୨ରେ ଏହି ଘଟଣା ଘଟିଥିଲା। ହତ୍ୟା ପରେ ସୁନୀଲ ନିଜ ମାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା। ପରେ ସେହି କଟା ଅଂଶକୁ ଗରମ କରେଇରେ ପକାଇ ଫ୍ରାଏ କରିଥିଲା।

India