Advertisment

ଜୁନ ୨୮ ଯାଏ ଗିରଫ ହୋଇ ପାରିବେନି ସମୀର ୱାଙ୍ଖେଡେ

କାରଣ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ଆଜି ବମ୍ବେ ହାଇକୋର୍ଟ ଜୁନ ୨୮ ଯାଏ ବୃଦ୍ଧି କରିଛନ୍ତି।

Sameer

Sameer

Advertisment

ସିବିଆଇ ରୁଜୁ କରିଥିବା ଲାଞ୍ଚ ଓ ଦୁର୍ନୀତି ମାମାଲରେ ଏନସିବିର ପୂର୍ବତନ ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଆସନ୍ତା ୨୮ ତାରିଖ ଯାଏ ସିବିଆଇ ଗିରଫ କରିପାରିବ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି ପ୍ରକାରର ଗଠନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ।

Advertisment

କାରଣ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ଅବଧିକୁ ଆଜି ବମ୍ବେ ହାଇକୋର୍ଟ ଜୁନ ୨୮ ଯାଏ ବୃଦ୍ଧି କରିଛନ୍ତି। କ୍ରୁଜ୍‌ରେ ଡ୍ରଗ୍ସ ପର୍ଦ୍ଦାଫାସ ଘଟଣାର ତଦନ୍ତ କରିବା ବେଳେ ସୀମର ଲାଞ୍ଚ କାରବାର କରିଥିବା ଅଭିଯୋଗ ହୋଇଛି। ଏନେଇ ସିବିଆଇ ମାମଲା କରିଛି।

ବର୍ତ୍ତମାନ ଆଇଆରଏସ ଅଫିସର ଭାବେ କାମ କରୁଥିବା ସମୀରଙ୍କ ବିରୋଧରେ ସିବିଆଇ ମାମଲା କରିଥିବାରୁ ଏହାକୁ ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଆଜି ଏହାର ଶୁଣାଣି ଜଷ୍ଟିସ ଏଏସ୍‌ ଗଡକରୀ ଓ ଜଷ୍ଟିସ ଏସ୍‌ଜି ଦିଗେଙ୍କ ଖଣ୍ଡପୀଠ କରିଥିଲେ। ସିବିଆଇ ପକ୍ଷରୁ ଆଇନଜୀବୀ କୁଲଦୀପ ପାଟିଲ ଯୁକ୍ତି ଉପସ୍ଥାପନ କରିବା ସହ ସମୀରଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ରଦ୍ଦ କରିବା ପାଇଁ କହିଥିଲେ।

Advertisment

ମେ’ ୧୯ରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। କୋର୍ଟ ମାମଲାର ମେରିଟ୍‌ ଶୁଣି ନାହାନ୍ତି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା। ତଦନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ତେଣୁ ତାଙ୍କୁ କୌଣସି ପ୍ରକାରର ସୁରକ୍ଷା ନ ମିଳିବା ଦରକାର।

ତେବେ ସୀମରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏ ପୋଣ୍ଡା ପକ୍ଷ ରଖିଥିଲେ। ସେ କହିଥିଲେ ଯେ ସମୀର ସିବିଆଇ ଅଫିସରଙ୍କ ଆଗରେ ୭ଥର ହାଜର ହୋଇଛନ୍ତି। ସେ ତଦନ୍ତରେ ପୂରା ସହଯୋଗ କରିଛନ୍ତି। ତେଣୁ ତାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ବୃଦ୍ଧି କରାଯିବା ଦରକାର। ସିବିଆଇ ଓକିଲ ଏହାକୁ ବିରୋଧ କରିଥିଲେ। ଏପରି ଅନ୍ତରୀଣ ସୁରକ୍ଷା ତଦନ୍ତକୁ ପ୍ରଭାବିତ କରିବ ବୋଲି ସେ କହିଥିଲେ।

ଏହାପରେ କୋର୍ଟ କେସ୍‌ ଡାଏରୀ ମାଗିଥିଲେ। କିନ୍ତୁ ସିବିଆଇ କେସ୍‌ ଡାଏରୀ ପାଇଁ ଜୁନ ୨୭ ଯାଏ ସମୟ ମାଗିଥିଲା। ଏହା ଶୁଣିବା ପରେ କୋର୍ଟ ସମୀରଙ୍କ ସୁରକ୍ଷା ଅବଧିକୁ ଜୁନ ୨୮ ଯାଏ ବୃଦ୍ଧି କରିଛନ୍ତି।

CBI Sameer Wankhede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe