Advertisment

ଗର୍ଲଫ୍ରେଣ୍ଡଙ୍କୁ ନେଇଗଲେ ତାଙ୍କ ଶାଶୁ-ଶ୍ୱଶୁର, ହାଇକୋର୍ଟ ଯାଇ ଫସିଗଲେ ଯୁବକ

ଯୁବକ ଜଣଙ୍କ ଗୁଜରାଟ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ସେଥିରେ ଦର୍ଶାଇଥିଲେ ଯେ ଉକ୍ତ ମହିଳାଙ୍କ ବିବାହ ତାଙ୍କ ଇଚ୍ଛା ବିରୋଧରେ ହୋଇଥିଲା।

ଅଦ୍ୟତନ ହୋଇଛି
Gujrat High Court

Gujrat High Court

Advertisment

ଗର୍ଲଫ୍ରେଣ୍ଡଙ୍କୁ ଫେରି ପାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଫସିଗଲେ ଜଣେ ଯୁବକ। ହାଇକୋର୍ଟ ତାଙ୍କୁ ୫୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାଟି ହେଉଛି ଗୁଜରାଟର ବନାସକାଣ୍ଠା ଜିଲ୍ଲାର।

Advertisment

ଏହି ଯୁବକ ଯାହାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ କହୁଛନ୍ତି, ସେ ବିବାହିତା। ସେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯୁବକ ଜଣଙ୍କ ଗୁଜରାଟ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ସେଥିରେ ଦର୍ଶାଇଥିଲେ ଯେ ଉକ୍ତ ମହିଳାଙ୍କ ବିବାହ ତାଙ୍କ ଇଚ୍ଛା ବିରୋଧରେ ହୋଇଥିଲା। ତାଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା। ସେଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ପରେ ସେ ତାଙ୍କ ପାଖକୁ ଆସିଥିଲେ। ସେମାନେ ଏକାଠି ରହୁଥିଲେ। ଲିଭ୍‌-ଇନ୍ ରିଲେସନ୍‌ଶିପ୍‌ରେ ରହିବା ପାଇଁ ଉକ୍ତ ମହିଳାଙ୍କ ସହିତ ତାଙ୍କର ଚୁକ୍ତି ମଧ୍ୟ ହୋଇଥିଲା। ସେମାନେ ଏକାଠି ରହୁଥିବା ବେଳେ ହଠାତ ଦିନେ ଉକ୍ତ ମହିଳାଙ୍କ ଘର ଲୋକେ ଓ ଶାଶୂଶ୍ୱଶୁର ଆସି ତାଙ୍କୁ ତାଙ୍କ ସ୍ୱାମୀଙ୍କ ପାଖକୁ ନେଇଯାଇଥିଲେ।

ଏହା ପରେ ଯୁବକ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଉକ୍ତ ମହିଳାଙ୍କୁ ଜୋର କରି ତାଙ୍କ ସ୍ୱାମୀଙ୍କ ନିକଟକୁ ଫେରାଇ ନିଆଯାଇଛି। ସେ ତାଙ୍କ ସ୍ୱାମୀଙ୍କ ଜିମାରେ ରହିବା ସଂପୂର୍ଣ୍ଣ ବେଆଇନ। ପୁଲିସ୍‌କୁ ନିର୍ଦ୍ଦେଶ ଦେଇ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ତାଙ୍କ ଜିମାରେ ଦିଆଯାଉ ବୋଲି ସେ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଯୁବକଙ୍କ ଏଭଳି ପିଟିସନକୁ ବିରୋଧ କରାଯାଇଥିଲା। ସେ ଏମିତି ଏକ ଆବେଦନ କରିପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଯଦି ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଜିମାରେ ଅଛନ୍ତି, ତା’ହେଲେ ଏହାକୁ ବେଆଇନ କୁହାଯାଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତ ଦର୍ଶାଯାଇଥିଲା।

ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ ଆବେଦନକାରୀଙ୍କର ଉକ୍ତ ମହିଳାଙ୍କ ସହିତ ବିବାହ ହୋଇନାହିଁ। ଏପରିକି ଉକ୍ତ ମହିଳାଙ୍କର ବିବାହ ବିଚ୍ଛେଦ ମଧ୍ୟ ହୋଇନାହିଁ। ଏଭଳି କ୍ଷେତ୍ରରେ ଉକ୍ତ ମହିଳା ତାଙ୍କ ସ୍ୱାମୀଙ୍କ ଜିମାରେ ରହିବା ଆଦୌ ବେଆଇନ ନୁହେଁ। ତଥାକଥିତ ଲିଭ୍-ଇନ୍ ଚୁକ୍ତିକୁ ନେଇ ଆବେଦନକାରୀ ଏଭଳି ଆବେଦନ କରିପାରିବେ ନାହିଁ। ଏହା ସହିତ କୋର୍ଟ ଆବେଦନକାରୀଙ୍କ ଉପରେ ୫୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ରାଜ୍ୟ ଆଇନ ସବା ପ୍ରାଧିକରଣରେ ଜମା କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

High Court Of Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe