Advertisment

ବିଧାୟକଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟ ଲଗାଇଲେ ରୋକ

୨୦୧୩ରେ ଥାଲ ଠାରେ ମହେନ୍ଦ୍ର ଓ ତାଙ୍କର ୩ ଜଣ ସହଯୋଗୀ ସଲିମ ଲାଲାସାହେବ ଓରଫ ବାବୁ ନାମ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Mahendra Dalvi

Mahendra Dalvi

Advertisment

ବିଧାୟକ ମହେନ୍ଦ୍ର ଡାଲଭିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହାରାଷ୍ଟ୍ରର ଅଲିବାଗରୁ ବିଧାୟକ ହୋଇଥିବା ମହେନ୍ଦ୍ରଙ୍କୁ ୨୦୧୩ ମସିହା ମାରପିଟ ଘଟଣାରେ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ତଳ କୋର୍ଟ ମାରପିଟ ଘଟଣାରେ ମହେନ୍ଦ୍ରଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Advertisment

ଗତବର୍ଷ ମେ’ ମାସରେ ରାଇଗଡ଼ର ଗୋଟିଏ କୋର୍ଟ ମହେନ୍ଦ୍ର ଓ ତାଙ୍କର ୩ ଜଣ ସହଯୋଗୀଙ୍କ ବିରୋଧରେ ରାୟ ଦେଇଥିଲେ। ଏପରି ରାୟ ତାଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ସୃଷ୍ଟି କରିଥିବାରୁ ମହେନ୍ଦ୍ର ଉପର କୋର୍ଟରେ ଆବେଦନ କରିଥିଲେ। ଆଜି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭାରତୀ ଡାଙ୍ଗରେ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇ ଦେଇଛନ୍ତି। ଏହାର ଅର୍ଥ ଏବେ ମହେନ୍ଦ୍ର ପୂର୍ବଭଳି ବିଧାୟକ ଭାବେ କାମ କରିପାରିବେ।

୨୦୧୩ରେ ଥାଲ ଠାରେ ମହେନ୍ଦ୍ର ଓ ତାଙ୍କର ୩ ଜଣ ସହଯୋଗୀ ସଲିମ ଲାଲାସାହେବ ଓରଫ ବାବୁ ନାମ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ଏସ୍‌ସି/ଏସଟି ଆଇନର ଦଫା ସହ ଆଇପିସିର ବିଭିନ୍ନ ଧାରାରେ ମାମଲା କରିଥିଲା। ତେବେ ପୁଲିସ୍‌ ଏସସି/ଏସଟି ଦିଗର ପ୍ରମାଣ କରି ପାରିନଥିଲା। ତେଣୁ ଟ୍ରାଏଲ କୋର୍ଟ ଏସ୍‌ସି/ଏସଟି ଦଫାକୁ କାଟି ଦେଇଥିଲେ।

Advertisment

ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ସପ୍ତାହରେ ତାଙ୍କ ଦଣ୍ଡାଦେଶ ବିରୋଧରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଛନ୍ତି। ମାର୍ଚ୍ଚ ୨୩ରେ ସୁରତର ମାଜିଷ୍ଟ୍ରେଟ କୋର୍ଟ ମୋଦି ସରନେମ୍‌ ବୟାନ ପାଇଁ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡ ଦେଇଥିଲେ। ଏହାପରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା।

Bombay HighCourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe