Advertisment

'ସ୍ୱାମୀଙ୍କ 'ଆଧାର' ତଥ୍ୟ ଜାଣିପାରିବେନି ସ୍ତ୍ରୀ'

ଧାର୍ଯ୍ୟ ନିୟମ ସମସ୍ତେ ପାଳନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି।

Karnataka High court on UID Information

Karnataka High court on UID Information

Advertisment

ବିବାହର ଦ୍ୱାହି ଦେଇ ସ୍ୱାମୀଙ୍କ ଆଧାର ତଥ୍ୟ ଜାଣିପାରିବେନି ସ୍ତ୍ରୀ। ସେହିପରି ସ୍ୱାମୀ ମଧ୍ୟ ସ୍ତ୍ରୀର ଆଧାର ତଥ୍ୟ ହାସଲ କରିପାରିବେ ନାହିଁ। ପତି-ପତ୍ନୀଙ୍କୁ ପରସ୍ପରର ଆଧାର କାର୍ଡ ତଥ୍ୟ ହାସଲ କରିବା ଅଧିକାର ଅଛି ନା ନାହିଁ? ଏହାକୁ ନେଇ ବହୁ ଦିନ ଧରି ବିତର୍କ ଚାଲିଥିଲା। ଏହା ଉପରେ ଆଜି ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Advertisment

ଜଷ୍ଟିସ୍‌ ଏସ୍‌. ସୁନିଲ ଦତ୍ତ ଯାଦବ ଓ ଜଷ୍ଟିସ ବିଜୟକୁମାର ଏ ପାଟିଲଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ବିବାହ ଦୁଇ ଲୋକଙ୍କ ସମ୍ପର୍କ। ଏହା ବ୍ୟକ୍ତିଗତ ଅଧିକାର ଉପରେ ପ୍ରଭାବ ପକାଇପାରି ନାହିଁ। ଧାର୍ଯ୍ୟ ନିୟମ ସମସ୍ତେ ପାଳନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି।

କର୍ଣ୍ଣାଟକ ହୁବଲିର ଜଣେ ମହିଳା ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଡିମାଣ୍ଡ କରିଥିଲେ। ଉଭୟଙ୍କ ବିବାହ ୨୦୦୫ରେ ହୋଇଥିଲା। ଏମାନଙ୍କ ଗୋଟିଏ ଝିଅ ମଧ୍ୟ ଅଛି। ସମ୍ପର୍କରେ ତିକ୍ତତା ଆସିବା ପରେ ପତ୍ନୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଫ୍ୟାମିଲି କୋର୍ଟ ଭରଣ ପୋଷଣ ପାଇଁ ୧୦ ହଜାର ଓ ଝିଅ ପାଇଁ ୬ ହଜାର ଟଙ୍କା ଦେବାକୁ ଆଦେଶ ଦେଇଥିଲେ।

Advertisment

ତେବେ ଭିନ୍ନ ହୋଇଯାଇଥିବା ସ୍ୱାମୀଙ୍କ ଆଧାର ନମ୍ବର, ଏନ୍‌ରୋଲମେଣ୍ଟର ସୂଚନା ଓ ଫୋନ୍‌ ନମ୍ବର ହାସଲ କରିବା ପାଇଁ ଚାହିଁଥିଲେ ମହିଳା। ତାଙ୍କ ସ୍ୱାମୀ କେଉଁଠି ଅଛନ୍ତି ସେ ଜାଣିନାହାନ୍ତି। ଫ୍ୟାମିଲି କୋର୍ଟ ଦେଇଥିବା ଭରଣପୋଷଣ ନିର୍ଦ୍ଦେଶ ପରେ ସ୍ୱାମୀ ତାଙ୍କୁ ଧରା ଛୁଆଁ ଦେଉନାହାନ୍ତି। ତେଣୁ ଏଥିପାଇଁ ସେ ୟୁନିକ୍‌ ଆଇଣ୍ଡେଣ୍ଟିଫିକେଶନ୍‌ ଅଥରିଟି ଅଫ୍‌ ଇଣ୍ଡିଆ ତଥା UIDAIର ଦ୍ୱାରସ୍ଥ ହୋଇଥିଲେ।

ଏଥିପାଇଁ ହାଇକୋର୍ଟଙ୍କ ଅନୁମତି ଦରକାର ଥିବା କହି ୨୫ ଫେବ୍ରୁଆରୀ ୨୦୨୧ରେ ୟୁଆଇଡିଏଆଇ ମହିଳାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ମହିଳା ଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ଡିଭିଜନ୍ ବେଞ୍ଚ ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶକୁ ସୂଚାଇ କହିଥିଲେ ଯେ କୌଣସି ସୂଚନା ଜାଣିବା ପୂର୍ବରୁ ଅନ୍ୟ ଜଣଙ୍କୁ ମଧ୍ୟ ନିଜ ପକ୍ଷ ରଖିବା ଅଧିକାର ରହିଛି। ପରେ ମାମଲା ଏକକ ବେଞ୍ଚକୁ ପଠାଇ ଦିଆଯାଇଥିଲା। ୮ ଫେବୃଆରୀ ୨୦୨୩ରେ ସିଙ୍ଗଲ୍ ବେଞ୍ଚ ସ୍ୱାମୀଙ୍କୁ ନୋଟିସ୍ ଜାରି କରିବାକୁ UIDAIକୁ ନିର୍ଦ୍ଦେଶ ଦେଇଥିଲେ। ଆରଟିଆଇ ଅଧିନିୟମ ଅନୁଯାୟୀ ମହିଳାଙ୍କ ଆବେଦନକୁ ପୁନର୍ବିଚାର କରିବାକୁ ମଧ୍ୟ କୁହାଯାଇଥିଲା।

ଏବେ ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ବିବାହର ଦ୍ୱାହି ଦେଇ ସ୍ୱାମୀଙ୍କ ଆଧାର ତଥ୍ୟ ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

Karnataka High Court UID Adhar Card
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe