Advertisment

ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା

ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।

Punjab

Punjab

Advertisment

ରାସ୍ତାରେ ଅସହାୟ ଲୋକଙ୍କୁ ସହଯୋଗ ନାଁରେ ଲିଫ୍ଟ ଦେଉଥିଲା। ଏହାପରେ ସେମାନଙ୍କୁ ଲୁଟ କରୁଥିଲା। କିଛି ଜଣଙ୍କ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲା। ଶେଷରେ ସେମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ତଣ୍ଟି ଚିପି ହତ୍ୟା କରୁଥିଲା। ମାତ୍ର ୧୮ ମାସ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ନାଁରେ ହତ୍ୟା କରିଥିବା ଜଣେ ସିରିଏଲ କିଲର ଏବେ ପୁଲିସ୍‌ ହାତରେ ଧରାପଡ଼ିଛି।

Advertisment

ପଞ୍ଜାବରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ପୁଲିସ୍‌ ହୋଶିଆରପୁରର ଚୌରା ଗାଁରେ ରହୁଥିବା ୩୩ ବର୍ଷୀୟ ରାମ ସ୍ୱରୂପକୁ ଗିରଫ କରିଛି।ପୁଲିସ୍‌ କହିଛି ଯେ ହତ୍ୟାର ଶିକାର ହୋଇଥିବା ସମସ୍ତେ ପୁରୁଷ। ଅଭିଯୁକ୍ତ ଜଣଙ୍କ ଲିଫ୍ଟ ଦେବା ନାଁରେ ସମସ୍ତଙ୍କୁ ନିଜ ସହ ନେବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା।

ରାମ ସ୍ୱରୂପ ସେମାନଙ୍କୁ ଲୁଟ କରିବା ସହ ସେମାନଙ୍କୁ ହତ୍ୟା କରୁଥିଲା। କିଛି ଲୋକଙ୍କୁ ସେ କପଡ଼ା ଦ୍ୱାରା ତଣ୍ଟି ଚିପି ହତ୍ୟା କରିଥିବା ବେଳେ ଆଉ କିଛି ଜଣଙ୍କ ମୁଣ୍ଡକୁ ଆଘାତ ଦେଇ ମାରିଥିଲା।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।

ପ୍ରଥମେ ପୁଲିସ୍‌ ରାମ ସ୍ୱରୂପକୁ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ଗିରଫ କରିଥିଲା। ଅଗଷ୍ଟ ୧୮ ତାରିଖରେ ସେ ମୋଦ୍ରା ଟୋଲା ପ୍ଲାଜାରେ ପାଣି ଓ ଚା’ ଦେଉଥିବା ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ମାରି ଦେଇଥିଲା। ଏହି ଘଟଣାରେ ପୁଲିସ୍‌ ତାକୁ ଜେରା କରିବା ବେଳେ ସେ ଆଉ ୧୦ ଜଣଙ୍କୁ ମଧ୍ୟ ମାରିଥିବା କହିଥିଲା।

ରାମ ସ୍ୱରୂପ ଏପ୍ରିଲ ୫ରେ ଜଣେ ୩୪ ବର୍ଷୀୟ ଟ୍ରାକ୍ଟର ମେକାନିକଙ୍କୁ ପିଟିପିଟି ମାରି ଦେଇଥିଲା। ଜାନୁଆରୀ ୨୪ରେ ଜଣେ ଯୁବକଙ୍କୁ ସେ କାର ଭିତରେ ହତ୍ୟା କରିଥିଲା। ରୂପନଗର, ହୋସିଆରପୁର ଓ ଫତେଗଡ଼ ଜିଲ୍ଲାରେ ରାମ ସ୍ୱରୂପ ହତ୍ୟାକାଣ୍ଡ ଘଟାଇଛି।

ଶ୍ରମିକ ଭାବେ କାମ କରୁଥିବା ରାମ ସ୍ୱରୂପ ସବୁବେଳେ ଡ୍ରଗ୍ସ ନେଇଥାଏ। ନିଶାସକ୍ତ ଅବସ୍ଥାରେ ସେ ୧୧ ଜଣଙ୍କୁ ମାରିଛି। ସେହିପରି ହତ୍ୟା କରିବା ପରେ ସେ ସମସ୍ତ ପୀଡ଼ିତଙ୍କ ପାଦ ଛୁଇଁ କ୍ଷମା ମଧ୍ୟ ମାଗିଥାଏ।

ରାମ ସ୍ୱରୂପ ବିବାହିତ ହୋଇଥିବା ବେଳେ ତା’ର ୩ଟି ପିଲା ରହିଛନ୍ତି। କିନ୍ତୁ ସେ ସମଲିଙ୍ଗୀ ହୋଇଥିବାରୁ ତା’କୁ ପରିବାର ଲୋକ ୨ ବର୍ଷ ତଳୁ ଘରୁ ବାହାର କରି ଦେଇଥିଲେ।

Crime Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe