Advertisment

ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା

ପୁଲିସ୍‌ କହିଛି ଯେ ଗିରଫ ହୋଇଥିବା ୪୦ ବର୍ଷୀୟ ହାଇଦର ଅଲୀର ଘର ଓଡ଼ିଶାର ବାଲେଶ୍ୱରରେ। ତା’ର ପ୍ରକୃତ ନାଁ ହାଇଦର ହୋଇଥିଲେ ହେଁ ସେ ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଉଥିଲା।

ଅଦ୍ୟତନ ହୋଇଛି
Army Captain

Army Captain

Advertisment

ଉତ୍ତର ପ୍ରଦେଶର ଲକ୍ଷ୍ନୌ ପୁଲିସ୍‌ ଜଣେ ୪୦ ବର୍ଷୀୟ ଧୂର୍ତ୍ତକୁ ଗିରଫ କରିଛି। ବ୍ୟକ୍ତି ଜଣକ ନିଜକୁ ଭାରତୀୟ ସେନାର ଜଣେ କ୍ୟାପ୍ଟେନ ଭାବେ ପରିଚୟ ଦେଇ ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା। ସେମାନଙ୍କ ସହ ସମ୍ପର୍କ ରଖିବା ପରେ ଟଙ୍କା ନେଇ ଫେରାର ହୋଇଯାଉଥିଲା। ଏପରି ଭାବେ ସେ ଏକାଧିକ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଛି।

Advertisment

ପୁଲିସ୍‌ କହିଛି ଯେ ଗିରଫ ହୋଇଥିବା ୪୦ ବର୍ଷୀୟ ହାଇଦର ଅଲୀର ଘର ଓଡ଼ିଶାର ବାଲେଶ୍ୱରରେ। ତା’ର ପ୍ରକୃତ ନାଁ ହାଇଦର ହୋଇଥିଲେ ହେଁ ସେ ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଉଥିଲା। ସେ ନିଜକୁ ଆର୍ମି ମେଡିକାଲ କର୍ପସ ର ଜଣେ ଅଫିସର କହି ମହିଳମାନଙ୍କ ସହ ସମ୍ପର୍କ ରଖୁଥିଲା।

ମହିଳାମାନଙ୍କ ସହ ସମ୍ପର୍କ ରଖିବା ପରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଟଙ୍କା ମାଗୁଥିଲା। ଥରେ ଟଙ୍କା ମିଳିବା ମାତ୍ରେ ସେ ଉକ୍ତ ମହିଳାଙ୍କ ସହ ସବୁ ସମ୍ପର୍କଛିନ୍ନ କରି ଫେରାର ହୋଇଯାଉଥିଲା। ସେ ସିଧା ରାଜ୍ୟ ଛାଡ଼ି ଦେଉଥିଲା ଓ ଆଉ ଜଣେ ମହିଳାଙ୍କୁ ଜାଲରେ ଫସାଇବାକୁ ଲାଗି ପଡ଼ୁଥିଲା।

Advertisment

ମହିଳାମାନଙ୍କୁ ଠକି ସେ ଆୟ କରୁଥିବା ଟଙ୍କାରେ ମଉଜ କରୁଥିଲା। ସେ ଏମିତି କାମ ଜାରି ରଖିଥିବା ବେଳେ ଲକ୍ଷ୍ନୌରେ ତା’ ଖେଳର ପର୍ଦ୍ଦାଫାସ ହୋଇଛି। ସେ ଲକ୍ଷ୍ନୌରେ ମଧ୍ୟ ଜଣେ ମହିଳାଙ୍କୁ ନିଜ ଜାଲରେ ପକାଇଥିଲା। କିନ୍ତୁ ମହିଳା ଜଣଙ୍କ ତା’ ଉପରେ ସନ୍ଦେହ କରି ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍‌ ଆରମ୍ଭ କରିଥିବା ତଦନ୍ତରୁ ସାଂଘାତିକ ତଥ୍ୟ ଆସିଛି।

ତଦନ୍ତରୁ ଜଣାପଡ଼ିଛି ଯେ ହାଇଦର ଅଲୀ ହାଇଦ୍ରାବାଦ, କେରଳ, କର୍ଣ୍ଣାଟକା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଥିଲା। ସିକ୍ୟୁରିଟି ଗାର୍ଡ ଭାବେ ଏସବୁ ସ୍ଥାନରେ କାମ କରିବା ବେଳେ ସେ ମହିଳାମାନଙ୍କୁ ନିଜ ଜାଲରେ ଫସାଉଇଥିଲା।

ଏକାଧିକ ଇନଷ୍ଟାଗ୍ରାମ ଫ୍ରୋପାଇଲରେ ସେ ଆର୍ମି ପୋଷାକରେ ଫଟୋ ପୋଷ୍ଟ କରୁଥିଲା। କେତେବେଳେ ସେ 'Indiancammandoharik' କହୁଥିଲା ତ ଆଉ କେତେବେଳେ 'armanbeglo', 'armybeglo', 'soldiers3889' ଭାବେ ପରିଚୟ ଦେଉଥିଲା।

ପୁଲିସ୍‌ ହାଇଦର ଅଲୀକୁ ଗିରଫ କରି ତା’ ନିକଟରୁ ଗୋଟିଏ ଆର୍ମି ପୋଷାକ, ୩ ଷ୍ଟାର ଫ୍ଲାପ୍ସ, ଆର୍ମି ବେଲ୍ଟ, ଗୋଟିଏ ନକଲି ଆଧାର କାର୍ଡ, ଆର୍ମି କ୍ୟାଣ୍ଟିନ କାର୍ଡ ଓ ଅନ୍ୟ କିଛି କାଗଜପତ୍ର ଜବତ କରିଛି। ତା’ ନାଁରେ ପୂର୍ବରୁ କିଛି ଅପରାଧିକ ମାମଲା ରହିଥିଲା କି ନାହିଁ, ତା’ର ତଦନ୍ତ ମଧ୍ୟ ପୁଲିସ୍‌ କରୁଛି।

ବରିଷ୍ଠ ପୁଲିସ୍‌ ଅଧିକାରୀ ନିପୁନ ଅଗ୍ରୱାଲ କହିଛନ୍ତି, ଅଭିଯୋଗକାରୀଙ୍କ ସହ ଅଭିଯୁକ୍ତ ଜଣକ ମିଥ୍ୟା ତଥ୍ୟ ଦେଇ ଶାରିରୀକ ସମ୍ପର୍କ ରଖିଥିଲା। ଏହାପରେ ତାଙ୍କ ଠାରୁ ଟଙ୍କା ଲୁଟ କରିଥିଲା। ଗିରଫ ଅଭିଯୁକ୍ତର ପୂରା ନାଁ ହାଇଦର ଅଲୀ ବେଗ। ସେ ନିଜର ଧର୍ମ ଓ ନାଁକୁ ଗୁପ୍ତ ରଖି ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଇ ମହିଳାଙ୍କୁ ଲୁଟ କରୁଥିଲା। ବର୍ତ୍ତମାନ ସୁଦ୍ଧା ସେ ୪ ଜଣ ମହିଳାଙ୍କ ସହ ଏପରି କରିଥିବା କହିଛି। ତଥାପି ଘଟଣାର ଅଧିକ ତଦନ୍ତ ଚାଲିଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି।

Balasore Lucknow Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe