Advertisment

ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା

ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।

Crime

Crime

Advertisment

ନିଜର ଦୁଇ ନାବାଳକ ସାବତ ଭାଇଙ୍କୁ ସ୍କୁଲ ଛାଡ଼ିବାକୁ ଯାଉଥିଲା ଜଣେ ଯୁବକ। ହେଲେ ହଠାତ ଦୁଇ ସାବତ ଭାଇଙ୍କୁ ତଣ୍ଟି କାଟି ହତ୍ୟା କରି ଦେଇଛି। ଡିସେମ୍ବର ୨୧ରେ ୨ ନାବାଳକଙ୍କ ତଣ୍ଟି କଟା ମୃତଦେହ ଆସାମର ସନ୍ତୋପଡ଼ାରୁ ପୁଲିସ୍‌ ଉଦ୍ଧାର କରିଥିଲା। ଏବେ ଏହି ଘଟଣାରେ ପୁଲିସ୍‌ ଦୁଇ ନାବାଳକଙ୍କ ସାବତ ବଡ଼ ଭାଇକୁ ଗିରଫ କରିଛି।

Advertisment

ଡିସେମ୍ବର ୨୦ରେ ପୂରା ଘଟଣା ଘଟିଥିଲା। ୨ ନାବାଳକ ଘରୁ ସ୍କୁଲକୁ ବାହାରିଥିଲେ। ହେଲେ ସେମାନେ ଆଉ ଫେରି ନଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ହେଲେ କୌଣସି ସୁଫଳ ମିଳି ନଥିଲା। କିନ୍ତୁ ଦିନକ ପରେ ଦୁଇ ନାବାଳକଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ହୋଇଥିଲା।

ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।

Advertisment

ପୁଲିସ୍‌ ନୀରଜକୁ ଗିରଫ କରିବା ସହ ତା’ର ବାଇକ ଓ ହତ୍ୟାରେ ବ୍ୟବହାର କରିଥିବା ଛୁରୀକୁ ଜବତ କରିଛି। ଜେରା ବେଳେ ନୀରଜ କହିଛି ଯେ ତା’ ବାପା ଦ୍ୱିତୀୟ ବିବାହ କରିଥିଲେ।
ଦ୍ୱିତୀୟ ପତ୍ନୀଙ୍କ ଦୁଇ ପୁଅଙ୍କୁ ସେ ଅଧିକ ସ୍ନେହ କରୁଥିବା ବେଳେ ନୀରଜଙ୍କୁ ଅଣଦେଖା କରୁଥିଲେ। ଏଥିପାଇଁ ନୀରଜ ତା’ର ଦୁଇ ସାବତ ଭାଇଙ୍କୁ ହତ୍ୟା କରିଥିବା ପୁଲିସ୍‌କୁ କହିଛି।

Crime Assam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe