Advertisment

ଆଶ୍ଚର୍ଯ୍ୟ! ଡାକ୍ତର ଘୋଷଣା କରିଥିଲେ ମୃତ, କିନ୍ତୁ ଜୀବନ ଫେରାଇ ଦେଲା ହମ୍ପସ

ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି।

Ulpe

Ulpe

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବୃଦ୍ଧ ଘଟଣାକ୍ରମରେ ଜୀବିତ ଅବସ୍ଥାରେ ହସ୍ପିଟାଲରୁ ବାହାରିଛନ୍ତି। ଗୋଟିଏ ହମ୍ପସ ହିଁ ବୃଦ୍ଧଙ୍କୁ ନୂଆ ଜୀବନ ଦେଇଛି। ଶୁଣିବାକୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ୬୫ ବର୍ଷୀୟ ପାଣ୍ଡୁରାଙ୍ଗ ଉଲପେଙ୍କ ସହ ଏପରି ଘଟଣା ଘଟିଛି।

Advertisment

ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଦେଇଥିଲେ। ସେ ମରି ଯାଇଥିବାରୁ ପରିବାର ଲୋକ ଆମ୍ବୁଲାନ୍ସରେ ତାଙ୍କ ଘରକୁ ନେଉଥିଲେ। ହେଲେ ଆମ୍ବୁଲାନ୍ସ ହମ୍ପସ ଅତିକ୍ରମ କରୁଥିବା ବେଳେ ସେ ଜୀବିତ ଥିବା ଜଣାପଡ଼ିଥିଲା। ସେ ପୁଣି ହସ୍ପିଟାଲ ଆସିଥିଲେ ଓ ଏବେ ସୁସ୍ଥ ହୋଇ ନୂଆ ଜୀବନ ନେଇ ଘରକୁ ଫେରିଛନ୍ତି।

ଡିସେମ୍ବର ୧୬ରେ ମହାରାଷ୍ଟ୍ରର କୋଲାହପୁରର କସାବା-ବୱାଡାରେ ରହୁଥିବା ଉଲପେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ପରିବାର ଲୋକ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ହସ୍ପିଟାଲରେ ନିରାଶ ହେବା ପରେ ପରିବାର ଲୋକ ଗୋଟିଏ ଆମ୍ବୁଲାନ୍ସରେ ମୃତ ଘୋଷିତ ଉଲପେଙ୍କୁ ଧରି ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମୃତ୍ୟୁ ଖବର ପାଇ ପରିବାର ଲୋକ ଓ ପଡ଼ୋଶୀମାନେ ମଧ୍ୟ ଉଲପେଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ତେବେ ଆମ୍ବୁଲାନ୍ସଟି ଘର ଅଭିମୁଖେ ଯାଉଥିବା ବେଳେ ଗୋଟିଏ ସ୍ପିଡ ବ୍ରେକର ବା ହମ୍ପସ ଅତିକ୍ରମ କରିଥିଲେ। ଗାଡ଼ି ଦୋହଲିବାରୁ ଉଲପେ ମଧ୍ୟ ନିଜରୁ ଅଙ୍ଗୁଳି ହଲାଇବାକୁ ଲାଗିଥିଲେ। ଏହାକୁ ଗାଡ଼ିରେ ବସିଥିବା ପରିବାର ଲୋକ ମଧ୍ୟ ଦେଖି ପାରିଥିଲେ। ତେଣୁ ସେମାନେ କାଳବିଳମ୍ବ ନ କରି ତୁରନ୍ତ ହସ୍ପିଟାଲକୁ ଆମ୍ବୁଲାନ୍ସ ବୁଲାଇଥିଲେ।

ସେଠାରେ ସେ ପ୍ରାୟ ୨ ସପ୍ତାହ ରହିଥିଲେ। ଏହି ସମୟରେ ଡାକ୍ତରମାନେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଶେଷରେ ସୋମବାର ଦିନ ଉଲପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏକଦା ଶ୍ମଶାନ ଘାଟକୁ ଯାଉଥିବା ଉଲପେ ଘରକୁ ଫେରିବାରୁ ସମସ୍ତେ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି।

ତେବେ ଉଲପେଙ୍କୁ ମୃତ ଘୋଷଣା କରିଥିବା ହସ୍ପିଟାଲ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Maharashtra Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe