Advertisment

ମଧ୍ୟରାତ୍ରୀର ଅଭିସାର: ପିଜା, ପ୍ରେମିକା ଓ ମୃତ୍ୟୁ!

ରାତି ଅଧରେ ପ୍ରେମିକା ପାଇଁ ପିଜା ନେଇ ଯାଇଥିଲା। ପ୍ରେମିକାର ବାପା ଆସିବାରୁ ଭୟରେ ଛାତରୁ ପଡ଼ି ଯୁବକ ମୃତ।

author-image
Debibandita Barick
ଅଦ୍ୟତନ ହୋଇଛି
Hyderabad City Image

Hyderabad City Image

ରାତି ଅଧରେ ପିଜା ପାଇଁ ଅଡ଼ି ବସିଲା ପ୍ରେମିକା। ପ୍ରେମିକ ବି ପିଜା ନେଇ ଛାତ ଉପରେ ପହଞ୍ଚିଲା। ହେଲେ ପ୍ରେମିକାର ବାପାଙ୍କୁ ଭୟ କରି ଛାତରୁ ଗଳିପଡ଼ି ପ୍ରାଣ ହରାଇଲେ ପ୍ରେମିକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ। ପ୍ରେମିକାଙ୍କ ବାପା କିଛି କରିନଥିଲେ ମଧ୍ୟ କେବଳ ଭୟଭୀତ ହୋଇ ଯୁବକ ଜଣକ ଛାତରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ପୁଲିସ ସୂଚନାନୁସାରେ, ଶୋଏବ(୨୦) ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ସେ ବିଳମ୍ବିତ ରାତିରେ ପିଜା ନେଇ ତାଙ୍କ ଗର୍ଲଫ୍ରେଣ୍ଡ ଘରକୁ ଯାଇଥିଲେ। ଏହି ସମୟରେ ଗର୍ଲଫ୍ରେଣ୍ଡ ସହ କଥା ହେଉଥିଲେ। ହଠାତ୍ ତାଙ୍କ ବାପା ଚାଲି ଆସିଥିଲେ। ଶୋଏବ ଭୟରେ ଦୌଡ଼ିଯାଇ ଏକ ତାରରେ ଓହଳି ପଳାଇ ଯିବାକୁ ଚେଷ୍ଟା କରୁଥିଲେ। ମାତ୍ର ୪ ମହଲା ତଳକୁ ଖସି ପଡ଼ିଥିଲେ।

ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଓସମାନିଆ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଶୋଏବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପୁଲିସ କହିଛି। 

Advertisment
National News Lover Die Fell Into Building Death For Love