ଆଜିକାଲି ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ରିଲ୍ସ କରି ରାତାରାତି ହେଉଛନ୍ତି ଭାଇରାଲ। ଅଧିକାଂଶ ଯୁବପିଢ଼ି ରିଲ୍ସ ପ୍ରେମରେ ପାଗଳ। ତେବେ ଏହି ରିଲ୍ସ ବେଳେ ବେଳେ ସାଜିଛୁ ଘାତକ। ଏଥିପାଇଁ ଚାଳିଯାଉଛି ଜୀବନ। ନିକଟରେ ଏଭଳି କିଛି ଘଟଣା ଘଟିଛି। ରିଲ୍ସ ନିଶାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି।
ଉତ୍ତରପ୍ରଦେଶର ଆଗ୍ରା। ଏଠାରେ ଜଣେ ଯୁବକ ରିଲ୍ସ ଭିଡିଓ ପାଇଁ ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁଥିଲେ। ଏହି ସମୟରେ ସେ ଗ୍ୟାଲେରୀରେ ତଳେ ଲାଗିଥିବା ଏକ ଲୁହା ଗ୍ରିଲକୁ ଉଠାଇଥିଲେ। ତେବେ ନିୟନ୍ତ୍ରଣ ବିଗିଡି ଯାଇଥିଲା। ନିୟନ୍ତ୍ରଣ ବିଗିଡିବା ହେତ ଯୁବକ ଜଣକ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ସୋଶାଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ୩୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ୫ ଜଣ ଯୁବକଙ୍କୁ ଦେଖିବାକୁ ମିଳିଛି। ଦୁଇ ଜଣ ଯୁବକ ତଳେ ବସିଛନ୍ତି। ଜଣେ ଯୁବକ ଦୋକାନର ସଟର ଖୋଲିବାକୁ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ଆଉ ଜଣେ ଯୁବକ ଠିଆ ହୋଇ ନାଚୁଛନ୍ତି।
ଭିଡିଓରୁ ଜଣାପଡିଛି ଯେ ଯୁବକ ଜଣକ ଏକ ରିଲ୍ସ ଭିଡିଓ ତିଆରି କରୁଛନ୍ତି। ଏହି ସମୟରେ ସେ ଡ୍ୟାନ୍ସ କରି କରି ସ୍ଲୋ ମୋସନରେ ଆସୁଛନ୍ତି। ହଠାତ୍ ଯୁବକଟି ତଳେ ଥିବା ଲୁହା ଗ୍ରୀଲ୍କୁ ଉଠାଉଛନ୍ତି। ଏହାପରେ ତାଙ୍କର ନିୟନ୍ତ୍ରଣ ବିଗିଡି ଯାଇ ସେ ତଳକୁ ଖସି ପଡୁଛନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ଯୁବକ ତାଙ୍କୁ ବଞ୍ଚାଇବାକୁ ଦୌଡୁଛନ୍ତି। କିନ୍ତୁ ସେତେବେଳକୁ ଯୁବକ ଜଣକ ମୁଣ୍ଡ ଗ୍ରୀଲରେ ଫସି ଯାଇ ତାଙ୍କ ଶରୀରରୁ ଅଲଗା ହୋଇଯାଉଛି।
ସୂଚନା ମୁତାବକ, ସମସ୍ତ ୫ଜଣ ଯୁବକ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଦୋକାନ ଖୋଲିବାକୁ ଆସିଥିଲେ। ମୃତ ଯୁବକଙ୍କ ନାମ ଆସିଫ, ତାଙ୍କ ବୟସ ୨୦ ବର୍ଷ। ତାଙ୍କ ପିତାଙ୍କ ନାମ ସଲିମ ବୋଲି କୁହାଯାଉଛି। ସେ ଆବାଦ ନାଗର ପୁଲିସ ଷ୍ଟେସନ ତାଜନଙ୍ଗଞ୍ଜ ଅଞ୍ଚଳର ବାସିନ୍ଦା। ଅସିଫ ଲୁଣ ମାଣ୍ଡିରେ ଅବସ୍ଥିତ ସାରଫା ବଜାରର ଏକ ଜୁଏଲର୍ସ ଦୋକାନରେ କାମ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।