Advertisment

ରିଲ୍ସ ନିଶା, ଯୁବକଙ୍କ ଅଲଗା ହୋଇଗଲା ମୁଣ୍ଡରୁ ଗଣ୍ଡି

ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ। ଅଲଗା ହୋଇଗଲା ମୁଣ୍ଡରୁ ଗଣ୍ଡି।

20 Year Old Boy Dead

20 Year Old Boy Dead

Advertisment

ଆଜିକାଲି ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ରିଲ୍ସ କରି ରାତାରାତି ହେଉଛନ୍ତି ଭାଇରାଲ। ଅଧିକାଂଶ ଯୁବପିଢ଼ି ରିଲ୍ସ ପ୍ରେମରେ ପାଗଳ। ତେବେ ଏହି ରିଲ୍ସ ବେଳେ ବେଳେ ସାଜିଛୁ ଘାତକ। ଏଥିପାଇଁ ଚାଳିଯାଉଛି ଜୀବନ। ନିକଟରେ ଏଭଳି କିଛି ଘଟଣା ଘଟିଛି। ରିଲ୍ସ ନିଶାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି।

Advertisment

ଉତ୍ତରପ୍ରଦେଶର ଆଗ୍ରା। ଏଠାରେ ଜଣେ ଯୁବକ ରିଲ୍ସ ଭିଡିଓ ପାଇଁ ସ୍ଲୋ ମୋସନରେ ଏକ ଗୀତରେ ଡ୍ୟାନ୍ସ କରୁଥିଲେ। ଏହି ସମୟରେ ସେ ଗ୍ୟାଲେରୀରେ ତଳେ ଲାଗିଥିବା ଏକ ଲୁହା ଗ୍ରିଲକୁ ଉଠାଇଥିଲେ। ତେବେ ନିୟନ୍ତ୍ରଣ ବିଗିଡି ଯାଇଥିଲା। ନିୟନ୍ତ୍ରଣ ବିଗିଡିବା ହେତ ଯୁବକ ଜଣକ ତଳକୁ ଖସି ପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ସୋଶାଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ୩୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ୫ ଜଣ ଯୁବକଙ୍କୁ ଦେଖିବାକୁ ମିଳିଛି। ଦୁଇ ଜଣ ଯୁବକ ତଳେ ବସିଛନ୍ତି। ଜଣେ ଯୁବକ ଦୋକାନର ସଟର ଖୋଲିବାକୁ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ଆଉ ଜଣେ ଯୁବକ ଠିଆ ହୋଇ ନାଚୁଛନ୍ତି।

Advertisment

ଭିଡିଓରୁ ଜଣାପଡିଛି ଯେ ଯୁବକ ଜଣକ ଏକ ରିଲ୍ସ ଭିଡିଓ ତିଆରି କରୁଛନ୍ତି। ଏହି ସମୟରେ ସେ ଡ୍ୟାନ୍ସ କରି କରି ସ୍ଲୋ ମୋସନରେ ଆସୁଛନ୍ତି। ହଠାତ୍ ଯୁବକଟି ତଳେ ଥିବା ଲୁହା ଗ୍ରୀଲ୍‌କୁ ଉଠାଉଛନ୍ତି। ଏହାପରେ ତାଙ୍କର ନିୟନ୍ତ୍ରଣ ବିଗିଡି ଯାଇ ସେ ତଳକୁ ଖସି ପଡୁଛନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ଯୁବକ ତାଙ୍କୁ ବଞ୍ଚାଇବାକୁ ଦୌଡୁଛନ୍ତି। କିନ୍ତୁ ସେତେବେଳକୁ ଯୁବକ ଜଣକ ମୁଣ୍ଡ ଗ୍ରୀଲରେ ଫସି ଯାଇ ତାଙ୍କ ଶରୀରରୁ ଅଲଗା ହୋଇଯାଉଛି।

ସୂଚନା ମୁତାବକ, ସମସ୍ତ ୫ଜଣ ଯୁବକ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଦୋକାନ ଖୋଲିବାକୁ ଆସିଥିଲେ। ମୃତ ଯୁବକଙ୍କ ନାମ ଆସିଫ, ତାଙ୍କ ବୟସ ୨୦ ବର୍ଷ। ତାଙ୍କ ପିତାଙ୍କ ନାମ ସଲିମ ବୋଲି କୁହାଯାଉଛି। ସେ ଆବାଦ ନାଗର ପୁଲିସ ଷ୍ଟେସନ ତାଜନଙ୍ଗଞ୍ଜ ଅଞ୍ଚଳର ବାସିନ୍ଦା। ଅସିଫ ଲୁଣ ମାଣ୍ଡିରେ ଅବସ୍ଥିତ ସାରଫା ବଜାରର ଏକ ଜୁଏଲର୍ସ ଦୋକାନରେ କାମ କରୁଥିଲେ।

Uttar Pradesh Reels Agra Death Of Dance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe